ଡିଏଭି ଭଞ୍ଜନଗରରେ ଦୁଇଦିନିଆ ପୁସ୍ତକ ମେଳା ଶିବିର ଅନୁଷ୍ଠିତ
ଭଞ୍ଜନଗର ---- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ଦୁଇଦିନିଆ ପୁସ୍ତକ ମେଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୂବନେଶ୍ବରର ଅକ୍ସଫୋର୍ଡ଼ ପୁସ୍ତକାଳୟ , ଘୁମୁସର ଖବର କୁ ନେଇ ଅନେକ ପୁସ୍ତକ ଏଥିରେ ସ୍ଥାନ ପାଇଥିଲା। ଏହି ପୁସ୍ତକ ମେଳାରେ ମୁଖ୍ୟ ଅତିଥି ରୂପେ ଘୁମୁସର ଉତ୍ତରଖଣ୍ଡ ବନବିଭାଗର ଡି.ଏଫ.ଓ. ଶ୍ରୀ ହିମାଂଶୁ ଶେଖର ମାହାନ୍ତି ଓ ବିଦ୍ୟାଳୟର ସଭାପତି ଶ୍ରୀ ଅମରନାଥ ରଥ ଯୋଗଦାନ କରି ପୁସ୍ତକ ମେଳାକୁ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଖଣ୍ଡିଏ ଭଲ ପୁସ୍ତକ ହେଉଛି ମଣିଷର ର ବନ୍ଧୁ ଓ ଦିଗ୍ଦର୍ଶକ । ପୁସ୍ତକ ପାଠକରି ଅନେକଙ୍କର ଜୀବନ ଧାରାରେ ଦେଖା ଦେଇଥାଏ ଅଦ୍ଭୁତ ପରିବର୍ତ୍ତନ ବିଷୟରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାପତି ଶ୍ରୀ ଅମରନାଥ ରଥ ପୁସ୍ତକ ପଠନର ଆବଶ୍ୟକତା ଓ ଏହାର ଗୁରୁତ୍ଵ ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପାଠାଗାରିକା ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ମେଳାକୁ ନିକଟସ୍ଥ ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକ ବୁଲି ଦେଖିବା ସହ ନିଜର ପସନ୍ଦ ମୁତାବକ ବହିକୁ ପାଖରେ ପାଇଁ ଖୁସି ବ୍ୟକ୍ତ କରିଥିଲେ। ଡିଏଭି ବିଦ୍ୟାଳୟର ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪-----୮,୪୫ Sakhigopal News,22/11/2024