Breaking News

ଚଳିତ ବର୍ଷ ଖରିଫ ୨୦୨୪-୨୫ ଧାନ ସଂଗ୍ରହ ପାଇଁ ସମିତି ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ମୁଖ୍ୟ କାର୍ଯ୍ୟାଳୟ ଠାରେ  ଚଳିତ ବର୍ଷ ଖରିଫ ୨୦୨୪-୨୫ ଧାନ ସଂଗ୍ରହ ପାଇଁ ସମିତି ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସମବାୟ ସମିତି ସମ୍ପାଦକ ଶ୍ରୀ ଆଲୋକ କୁମାର ବହିଦାର  ସଭା ପରିଚାଳନା କରିଥିଲେ। ସଭାରେ 
ରେମଣ୍ଡା ସମବାୟ ସମିତି ର ସଭାପତି ଶ୍ରୀ ଶିବ ପ୍ରସାଦ ଖମାରୀ ଅଧ୍ୟକ୍ଷତା କରିଥିଲେ  । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀ ଉଦ୍ଧବ ବାରିକ ଉପସ୍ଥିତ ରହି ଧାନ ଚାଷ ଏବଂ ଚାଷୀ ମାନଙ୍କ ସମସ୍ୟା ବିଷୟ ରେ ଅଭିଭାଷଣ ରଖିଥିଲେ।ଏହି ଅବସରରେ ସମିତି ସ୍ତରୀୟ ଧାନ କ୍ରୟ କମିଟି, ଖାଦ୍ୟ ଓ ଯୋଗାଣ ବିଭାଗ, ଓଡ଼ିଶା ସରକାର ଙ୍କ ପତ୍ର ସଂଖ୍ୟା - ୧୭୦୧୮ ତା:୫/୧୧/୨୦୨୪ ପଲିସି ଅନୁଯାଇ ସମିତି ସ୍ତରୀୟ ଧାନ କ୍ରୟ ର ସମସ୍ତ କାର୍ଯ୍ୟ ତଦାରଖ କରିବେ।  କମିଟି ରେ ମୋଟ ୨୦ ଜଣ ସଦସ୍ୟ ଅଛନ୍ତି। ଏହି ସମିତି କାର୍ଯ୍ୟ ପରିସର ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତ ର  ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ କୃଷି ଅଧିକାରୀ ସମେତ ୩ ଜଣ ଚାଷୀ ରହିଛନ୍ତି।ଏହି ସଭା ରେ ଧାନ କ୍ରୟ ସମୟରେ ଚାଷୀ ମାନଙ୍କ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କ ରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଏହାର ଏକ ପ୍ରସ୍ତାବ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ପରିଶେଷରେ ସମିତି ର ଆବାହକ ଶ୍ରୀ ଆଲୋକ ବହିଦାର ଧନ୍ୟବାଦ ଦେଇଥିଲେ  । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧୧/୨୦୨୪---୯,୧୦ Sakhigopal News,13/11/2024

Blog Archive

Popular Posts