Breaking News

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଜାତୀୟ ସେବା ଯୋଜନା ଓ ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜକ ଭାବେ ଡାଃ ସୁଶାନ୍ତ କୁମାର ପୂଜାରୀ ଓ ମୁଖ୍ୟ ଅତିଥି ଭାବେ କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ବଳିଷ୍ଠ ମେହେର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା ର ସଂଯୋଜକ ଦୀନେଶ କୁମାର ପ୍ରଧାନ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, ଗଣ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ ପରିଚାଳନା ସହଯୋଗ କରିଥିଲେ। ଏହି ଅବସରରେ ୧୬୮ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ୩୫ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ତ୍ରିଲୋଚନ ନେତ୍ରାଲୟ, ସମ୍ବଲପୁର ପଠାଇ ଦିଆଯାଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୧)

Blog Archive

Popular Posts