Breaking News

ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ

 


ନୟାଗଡ଼  ---- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ୍ ଅନୁସାରେ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ ଏବେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବର୍ଷରେ କୌଣସି ଗୋଟିଏ ପରିବାର ଆଉ ଝାଟି ମାଟି ଘରେ ନ ରହି କେମିତି ପକ୍କା ଘର ଖଣ୍ଡିଏ ତୋଳି ମୁଣ୍ଡଗୁଞ୍ଜି ରହିପାରିବେ ସେଥିପାଇଁ ଡବଲ ଇଞ୍ଜିନ ସରକାର ଅଣ୍ଟା ଭିଡିଛନ୍ତି । ତେଣୁ ଓଡ଼ିଶାର ସମସ୍ତ ବ୍ଲକର ପଞ୍ଚାୟତରେ ଜନଶୁଣାଣୀ ମାଧ୍ୟମରେ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାପାଇଁ ନିଜ ନିଜର  ଦରଖାସ୍ତ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି  । ଏପରିକି ଖଣ୍ଡପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଅଙ୍କୁର ଅଭିଲାସ  ସମସ୍ତ ହିତାଧିକାରୀ ଚୟନ ଶେଷ ପର୍ଯ୍ୟନ୍ତ  ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ବୋଲି ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିନାଥ ପରିଡ଼ାଙ୍କ ଠାରୁ ସୁଚନା ମିଳିଛି। ଜନ ଅଭିଯୋଗ ଦିବସଟି ସ୍ଥାନୀୟ ସରପଞ୍ଚ  ଶ୍ରୀମତୀ ମୁକୁତା ପରିଡ଼ାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ , ସରପଞ୍ଚଙ୍କ ପ୍ରତିନିଧି ବିପିନ କୁମାର ପରିଡ଼ା , ନାଏବ୍ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ନାୟକ , ୱାର୍ଡ ସଭ୍ୟ ପିତେଇ ନାଏକ, ପ୍ରତାପ ନାଏକ ଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିନାଥ ପରିଡ଼ା ମହୋଦୟ କାର୍ଯ୍ୟ ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳାର ସହିତ ଆବେଦନ ପ୍ରକ୍ରିୟା ଶେଷ ହୋଇଛି ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ  ସୂଚନା ଦେଇଛନ୍ତି ।ଆଉ କେବଳ ଦେଖିବାକୁ ବାକି ରହିଲା ଡବଲ୍ ଇଞ୍ଜିନ ସରକାର କେବେ ହିତାଧିକାରୀଙ୍କ ଆଶା ପୂରଣ କରିବାରେ ସକ୍ଷମ ହେଉଛନ୍ତି ନା ଏହା କେବଳ ପ୍ରହସନ ଆଗାମୀ ଦିନ କହିବ । ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୬/୧୧/୨୦୨୪----୯,୩୫ Sakhigopal News,6/11/2024

Blog Archive

Popular Posts