Breaking News

ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ନିଷ୍ଠା ପରିବାର ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

 

 ବରଗଡ଼ ---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ରେ ଉତ୍କଟ ରକ୍ତ ଅଭାବ କୁ ଦୂର କରିବା ପାଇଁ କାର୍ତ୍ତିକ ପଞ୍ଚୁକ ଅବସର ରେ ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ନିଷ୍ଠା ପରିବାର ବରଗଡ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ରେ ସାହ୍ଲେପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିବର୍ଦ୍ଧନ ପଧାନ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଧାନ, ଅଶୋକ କୁମାର ମହାନନ୍ଦ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ  ଶିବିର ର ଶୁଭାରମ୍ଭ କରିଥିଲେ। ଦୁଇ ଜଣ ରକ୍ତ ଦାତା ଦମ୍ପତ୍ତି, ପାଞ୍ଚ ଜଣ ମହିଳା ରକ୍ତ ଦାତା ଓ ୪୨ଜଣ ପୁରୁଷ ରକ୍ତ ଦାତା ମାନଙ୍କୁ ମିଶାଇ ସର୍ବମୋଟ ୫୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବୁର୍ଲା ରକ୍ତଭଣ୍ଡାର ଅଧିକାରୀ ଡାଃ ସୁଶ୍ରୀ ବେହେରା, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଏନ ଦେବାଶିଷ ମିଶ୍ର,ଜନକ ବେହେରା ଓ ପାଏନୁ ଭୋଇ ଦ୍ଵାରା ରକ୍ତ ସଂଗୃହୀତ କରିଥିଲେ । ପରିଶେଷରେ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ ସାହ୍ଲେପାଲି ଯୁବ ଗୋଷ୍ଠୀ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ସାହ୍ଲେପାଲି ଯୁବ ଗୋଷ୍ଠୀ ର ପ୍ରଭାକର ପଧାନ, ବାଲଗୋପଲ ଭୋଇ, ଉମାକାନ୍ତ ନାୟକ, ସୁଦାମ ସାହୁ, ଭୋଜରାଜ ଭୋଇ ସୁନୀଲ କୁମାର ବାରିକ,ଗୋପାଳ ସାହୁ, ସୌଦାଗର ବାରିକ, ପିଣ୍ଟୁ ସାହୁ, ଉତ୍ତର ସାହୁ, ଶିରାଜ ପଧାନ, ସୌନ୍ଦର୍ୟ ପଧାନ,ଅନ୍ୟାନ୍ୟ ସଦସ୍ୟ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନାରେ ସହଯୋଗ କରିଥିଲେ।ସମସ୍ତ ରକ୍ତ ଦାତା,ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ଉପଦେଷ୍ଟା ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ଓ ସଦସ୍ୟ ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧୧/୨୦୨୪---୮,୪୫ Sakhigopal News,13/11/2024

Blog Archive

Popular Posts