Breaking News

>>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ



    କୋଣାର୍କ -  କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ୩୫ ତମ କୋଣାର୍କ ଉତ୍ସବ-୨୦୨୪ ଓ ୧୪ ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ, ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ ବଲବନ୍ତ ସିଂହ, ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସ୍ ପି ଭିନିତ ଅଗ୍ରୱାଲ ,ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଧେଶକ ବିଶ୍ୱଜିତ ରାଉତରାୟ, ପୁରୀ ପର୍ଯ୍ୟଟନ ଅଧିକାରୀ ତଥା ସହ ନିର୍ଦ୍ଧେଶକ ସରୋଜ ପ୍ରଧାନ, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଆକାଶ ଲାଲା,  କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଏଏସଆଇ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଦୂରଦର୍ଶନ କେନ୍ଦ୍ରର, ରାଜପଥ, ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସମେତ କୋଣାର୍କ ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଥିଲେ । ଚଳିତ ବର୍ଷ କୋଣାର୍କ ଉତ୍ସବ ସମୟରେ ମୁକ୍ତାକାଶ ରଙ୍ଗମଂଚରେ ଦର୍ଶକମାନେ ନୃତ୍ୟ ଓ ସଙ୍ଗୀତ ଉପଭୋଗ କରିବା ସହିତ ଦିନବେଳା ଚନ୍ଦ୍ରଭାଗାରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଳୁକା କଳା ପ୍ରଦର୍ଶନୀ ବୁଲି ଦେଖିପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଉତ୍ସବ ସମୟରେ ପୁରୀ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରର ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ବଡ ବଡ ସ୍କିନ୍ ଲଗାଯାଇ ସିଧା ପ୍ରଶାରଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଯାବତ ପର୍ଯ୍ୟଟନ ବିଭାଗର ୱେବସାଇଟରେ କୋଣର୍କ ଉତ୍ସବ-୨୦୨୪ ସମ୍ପର୍କରେ କୌଣସି ସୂଚନା ଡାଉନଲୋଡ କରାଯାଇ ନ ଥିବାବେଳେ କୋଣାର୍କ ଉତ୍ସବକୁ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ସବ ସମ୍ପର୍କରେ ସବିଶେଷ ସୂଚନା ମିଳିପାରୁ ନଥିବାରୁ ନୃତ୍ୟ ପ୍ରେମି ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳତ ବର୍ଷ ଉତ୍ସବର ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାନୁଯାୟୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହେଉଥିବା ମୁକ୍ତାକାଶ ରଙ୍ଗମଂଚ, ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆନ୍ତାର୍ଜାତିକ ବାଳୁକା କଳା ପ୍ରଦର୍ଶନୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ, ସାଇକଲ ଥୋନ, ଗଣଦୌଡ, ଝୋଟି ଚିତା ଓ ମୁକ୍ତାକାଶ ରଙ୍ଗମଂଚ ପରିସରରେ ଆୟୋଜିତ ସାହିତ୍ୟ ଆସର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଡିସେମ୍ବର ୧ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ  ମୁକ୍ତାକାଶ ରଙ୍ଗମଂଚରେ ଦୁଇଟି ପର୍ଯ୍ୟାୟରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହା କୁମ୍ଭରେ ପ୍ରତେହ୍ୟ ଓଡିଶୀ ନୃତ୍ୟ ସହିତ କଥକ, ମଣିପୁରୀ, ମୋହିନୀଆଟମ, ଭାରତନାଟ୍ଟ୍ୟମ୍ ଏବଂ କୁଚିପୁଡି  ନୃତ୍ୟ ପ୍ରଦର୍ଶିତ ହେବ । ଚନ୍ଦ୍ରଭାଗାର ବେଳାଭୁମିରେ ଆୟୋଜିତ ହେଉଥିବା ବାଲୁକା କଳା ପ୍ରଦର୍ଶନୀରେ ଚଳିତ ବର୍ଷ ଦେଶ ବିଦେଶର ବାଲୁକା ଶିଳ୍ପୀମାନଙ୍କୁ ନେଇ ବାଲୁକା କଳା ପ୍ରଦର୍ଶନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋଣାର୍କରୁ ଅଜିତ ମଲିକଙ୍କ ରିର୍ପୋଟ, ୨୨/୧୧/୨୦୨୪---୮,୨୫   Sakhigopal News , 22/11/2024

    Blog Archive

    Popular Posts