Breaking News

>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ସାଂସଦ ଏବଂ ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ



    ଭଞ୍ଜନଗର - ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଏବଂ ଡୁମାକୁମ୍ପା ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ  ବୋଲି ଅନୁଷ୍ଠିତ ସାଧାରଣ ସଭାରେ  ବିଧାୟକ ଶ୍ରୀ ନାୟକ କହିଛନ୍ତ। ଏହାସହ ଡହ ଜଳଭଣ୍ଡାର ଏବଂ ରାସ୍ତାର ବିକାଶ ପାଇଁ ବିପୁଳ ଅର୍ଥ ବ୍ୟୟ ହେବ। ଏଥିପାଇଁ ଡି ପି ଆର୍ ପ୍ରସ୍ତୁତ ଚାଲିଛି । ଆସନ୍ତା ବର୍ଷା ଋତୁ ପୁର୍ବରୁ ଡହ ଜଳଭଣ୍ଡାର ରେ ପୋତି ହୋଇଯାଇଥିବା ମାଟି ବାହାର କରାଯିବ । ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଏହାପରେ ସେ ବାପାଙ୍ଗି ମନ୍ଦିର ଏବଂ ଡହ ଜଳଭଣ୍ଡାର ପରିଦର୍ଶନ କରିଥିଲେ ବିଧାୟକ । ଉକ୍ତ ମନ୍ଦିର ଏବଂ ଜଳଭଣ୍ଡାର ର ମଧ୍ୟ କିଭଳି ବିକାଶ ହୋଇପାରିବ ସେନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆୟୋଜିତ ସାଧାରଣ ସଭାକୁ  ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର ଗୌଡ ସଂଯୋଜନା କରିଥିଲେ । ଉଦଘାଟନୀ ଉତ୍ସବ ଗୁଡ଼ିକରେ କନ୍ଧମାଳ ଏମ ପି ସୁକାନ୍ତ କୁମାର ପାଣିଗ୍ରାହୀ, ସାଂସଦଙ୍କ ନଗର  ପ୍ରତିନିଧି ସନ୍ତୋଷ ତିଆଡି, ଗଞ୍ଜାମ ଜିଲ୍ଲା ପରିଷଦର କନ୍ଧମାଳର ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଭାଜପା ନେତା ନୀଳ ମାଧବ ପାତ୍ର, ମାନସ ଜେନା, ସରପଞ୍ଚ ସ୍ଵପ୍ନା ନାୟକ, ସମିତିସଭ୍ୟ ଝୁମୁରୀ ବେହେରା, ବଡ଼କୋଦଣ୍ଡା ସରପଞ୍ଚ, ଡହ ଜଳସେଚନ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୧/୨୦୨୪---୮,୪୫ Sakhigopal News,14/11/2024

    Blog Archive

    Popular Posts