ସରକାରୀ ଜମିରୁ ଉଛେଦ ହେଲା ବେଆଇନ୍ କୋଠା
ଜଟଣୀ : -ପୌରାଞ୍ଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ବାଛରା ପାଟଣା ଠାରେ ଅବସ୍ଥିତ ମୁଣ୍ଡିଆରେ ଅତ୍ୟାଧୁନିକ ପାର୍କ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏହି ମୁଣ୍ଡିଆର ଚତୁଃପାର୍ଶ୍ଵରେ ପାଚେରି ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି I ପରିତାପର ବିଷୟ ଏହି ଅଞ୍ଚଳରେ ଜବରଦଖଲ ବହୁ ମାତ୍ରାରେ ବ୍ୟାପୀ ଯାଇଥିବା ବେଳେ ଜିଲ୍ଲାପ୍ରଶାସନ ଏହି ମୁଣ୍ଡିଆର ସମ୍ପୂର୍ଣ୍ଣ ଅଞ୍ଚଳ ନିଜ ଅଧିନକୁ ନନେଇ ପାଚେରି କାର୍ଯ୍ୟ ହାତକୁ ନେଇଛନ୍ତି । ଯାହାକି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଉକ୍ତ ପାଚେରି ସୀମା ମଧ୍ୟରେ ରହିଥିବା କିଛି ଘରକୁ ଭଙ୍ଗାଯିବା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ସରିଥିବା ବେଳେ କୋର୍ଟ ରେ ଷ୍ଟେ ପାଇଁ ଉଚ୍ଛେଦ କାର୍ଯ୍ୟ ଆଗେଇ ପାରୁନଥିଲା l ତେବେ ଷ୍ଟେ ଆଦେଶ ହଟିଯିବା ପରେ ତହସିଲଦାର ପ୍ରୀତିପର୍ଣ୍ଣl ମିଶ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ଇଂ ସୂର୍ଯ୍ଯମଣି ପାଟ୍ଟଯୋଶୀ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ପ୍ରଥମ ଦଫାରେ ରଶ୍ମିତା ପଣ୍ଡା ଓ ଦାଶରଥି ସାହୁ ନିର୍ମାଣ କରିଥିବା ଦୁଇଟି ଦାମୀ କୋଠା ଘରକୁ ଜେସିପି ଲଗାଇ ଭାଙ୍ଗି ଦିଆଯାଇଛି l ତେବେ ଉକ୍ତ ଅଞ୍ଚଳରେ ଏହି ଉଚ୍ଛେଦ କାର୍ଯ୍ୟ ପରେ ବିରିମାଡ଼ ଦେଖି କୋଳଥ ଚୋପା ଭଳି ପରିସ୍ଥିତି ସୃଷ୍ଟି ହୋଇଛି l ଅପରପକ୍ଷେ ଏଭଳି ଉଚ୍ଛେଦ କାର୍ଯ୍ୟ ପ୍ରିୟାପ୍ରୀତିରେ ନକରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୪---୮,୩୫ Sakhigopal News,21/11/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୪---୮,୩୫ Sakhigopal News,21/11/2024