ସାକ୍ଷୀଗୋପାଳ ମନ୍ଦିରରେ ପ୍ରଥମାଷ୍ଟମୀ ନୀତି ସମ୍ପନ୍ନ ; ମା ରାଧାରାଣି ପୋଡୁଆଁ ହେଲେ ,ହଳଦୀପତ୍ର ବାସ୍ନାରେ ମହକିଳା ଦାଣ୍ଡ
ସାକ୍ଷୀଗୋପାଳ,-----ସାକ୍ଷୀଗୋପିନାଥ ମନ୍ଦିରରେ ପ୍ରଥମାଷ୍ଟମୀ ନୀତି ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିଦିନ ପରି ମନ୍ଦିର ସକାଳୁ ଦ୍ୱାରଫିଟା ହେବାପରେ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଆଜି ପ୍ରଥମାଷ୍ଟମୀ ପର୍ବ ପାଳନ ଅବସରରେ ମାରାଧାରାଣି ପୋଡୁଆଁ ହୋଇଥିଲେ । ଘରର ବଡ ଝିଅ ହିସାବରେ ସେ ପୋଡୁଆଁ ହୋଇଥିଲେ । ନୀତି ଅନୁଯାୟୀ ଦ୍ୱିପହର ଧୂପରେ ମାରାଧାରଣିଙ୍କୁ ସେବାୟତ ମାନେ ନୂତନବସ୍ତ୍ର ପରିଧାନ କରାଇଥିଲେ । ସେବାୟତ ମାନେ ଆଳତି ଓ ଉପଚାର କରିବା ପରେ ସବୁ ଦିନ ପରି ଦ୍ୱିପହର ଧୂପରେ ଭୋଗ ସହିତ ସ୍ୱତନ୍ତ୍ର ଭାବେ ଗହମ ଗୁଣ୍ଡ, ନଡିଆ , ଗୁଡ,କପୂର୍ର, ମସଲାଗୁଣ୍ଡ ପକାଯାଇ ସେଥିରେ ପ୍ରସ୍ତୁତ କରାଯାଇଥିବା ମଣ୍ଡା ପିଠା ଭୋଗ ଲାଗି କରାଯାଇଥିଲା । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠିଙ୍କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ଦେଇଛନ୍ତି । ସେହିପରି ଘର ମାନଙ୍କରେ ଘରର ବଡପୁଅ ବା ବଡଝିଅ ମାନଙ୍କପାଇଁ ସେମାନଙ୍କ ଅଜା ଘରୁ ଆସିଥିବା ନୂତନବସ୍ତ୍ର ପରିଧାନ କରିବା ପରେ ହଳଦୀପତ୍ରରେ ପ୍ରସ୍ତୁତ ପିଠା ସହିତ ମିଠା ମା ଷଠୀଦଶୀଙ୍କ ପାଖରେ ବନ୍ଦାପନା କରାଯିବା ସହ ଭୋଗ କରାଯାଇଥାଏ । ପରେ ପରେ ଘରର ବଡପୁଅ ବା ଝିଅ ମାନଙ୍କୁ ବ୍ଦାପନା କରିବା ପରେ ପିଠା ଖାଇବାକୁ ଦିଆଯାଇଥାଏ । ଆଜି ଏହି ପିଠାର ସ୍ୱତନ୍ତ୍ର ରହିଛି ହଳଦୀ ପତ୍ରରେ ତିଆରି କରାଯାଇଥିବା ପିଠା । ଏହାର ବାସ୍ନା ସ୍ୱତନ୍ତ୍ର ରହିଛି । ହଳଦୀ ପତ୍ରରେ ପିଠା ବର୍ଷକୁ ଥରେ ଖାଇବାକୁ ମିଳିଥାଏ । ଏଣୁ ଘର ମାନଙ୍କରେ ଆଜିର ଦିନରେ ହଳଦୀ ପତ୍ରରେ ତିଆରି କରାଯାଇଥିବା ମଣ୍ଡା ପିଠା ଏବେବି ଚାହିଦା ରହିଛି । ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ପ୍ରଥମାଷ୍ଟମୀ ନୀତି ପାଳିତ ହୋଇଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦୨୪---୭,୧୦ Sakhigopal News, 23/11/2024