ପାଣ୍ଡିରୀ ଗାଁ ରେ ଅଗ୍ନିକାଣ୍ଡ , ବିପନ୍ନ ଙ୍କୁ ଭେଟି ସହାୟତା ଦେଲେ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ
ଭଞ୍ଜନଗର, - ଏହି ବ୍ଲକର ତୁରୁମୁ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ୩ ଟି ପରିବାର ର ୬ ବଖରା ଘର ପୋଡିଯାଇଛି। ମିଳିଥିବା ସୂଚନା ପ୍ରକାରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳ ବେହେରା, ବାବୁଲା ଗୈାଡ ଓ ନବୀ ଗୈାଡ ଙ୍କ ୨ ବଖରା ଲେଖାଏଁ ଘର ସଂପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଏଥିରେ ପ୍ରତ୍ୟେକ ପରିବାରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଜଳି ପାଉଁଶ ହୋଇଯାଇଛି।
ଅପରପକ୍ଷରେ ଏହି ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇ ଭଞ୍ଜନଗର କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ବୁଧବାର ସକାଳୁ ପାଣ୍ଡିରୀ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ଙ୍କୁ ସହାୟତା ର ହାତ ବଢାଇଛନ୍ତି। ସେ ଏହି ଅଗ୍ନି ବିପନ୍ନ ପରିବାର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ୩ ଟି କିଟ୍ ପ୍ରଦାନ କରିଥିଲେ। ପ୍ରଶାନ୍ତ ଙ୍କ ସହ ପ୍ରଶାନ୍ତ ନାୟକ, ମିଟୁ ଗୌଡ଼, ସୁଦର୍ଶନ ଗୌଡ଼, ସଞ୍ଜୟ ଭୂୟାଁ ବାଲ୍ୟ ସେଠୀ ଆଦି କଂଗ୍ରେସ କର୍ମୀ ଅଗ୍ନିକାଣ୍ଡ ସ୍ଥଳକୁ ଯାଇଥିଲେ।
ସେହିପରି ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ବାରୁଡା ରାଜସ୍ବ ନିରୀକ୍ଷକ ଅସ୍ମିତା ବେହେରା ଓ ଅମିନ ଲଡୁ କିଶୋର ଜେନା ବୁଧବାର ପାଣ୍ଡିରୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତହସିଲଦାର ଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଏଥିସହ ଅଗ୍ନି ବିପନ୍ନ ୩ ପରିବାର ଲୋକଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କଳା ଜରି ପାଲ ପ୍ରଦାନ କରାଯାଇଛି। ପରେ ରିପୋର୍ଟ ଆଧାରରେ ସରକାର ଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪----୭,୪୫ Sakhigopal News,22/11/2024