Breaking News

ଗରୀବଙ୍କୁ କମ୍ବଳ ଓ ପୋଷାକ ବଣ୍ଟନ




ଭଞ୍ଜନଗର - ଅସହାୟ ଓ ଗରୀବଙ୍କୁ ଶୀତବସ୍ତ୍ର ଏବଂ ପୋଷାକ ବଣ୍ଟନ କରାଯାଇଛି । ଜଗନ୍ନାଥପ୍ରସାଦ ଅଞ୍ଚଳର ସମାଜସେବୀ ବିପ୍ରଚରଣ ବାରିକଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।   ଭଂଜନଗର ସ୍ଥିତ ସାଇ ମନ୍ଦିର ନିକଟରେ କିଛି ଅସହାୟଙ୍କୁ କମ୍ବଳ ଏବଂ ପୋଷାକ ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟରେ ଶୀତଳ ପ୍ରକୋପ ବୃଦ୍ଧି ପାଉଥିବାରୁ ଗରୀବ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଥିଲେ । ଏଣୁ ଏହାକୁ ଅନୁଭବ କରି ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀ ଏବଂ ଉତ୍ସାହୀ ଯୁବକଙ୍କ ସହ ମିଶି, ଗରୀବ ମାନଙ୍କୁ ଏଭଳି ସହାୟତା କରିଥିଲେ । ଏଥିରେ ବି.ଡି.ପୁର ସରପଞ୍ଚଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ, ଅବସର ପ୍ରାପ୍ତ ନୌସେନା କର୍ମଚାରୀ ରାଧାମୋହନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୪----୭,୧୦

Blog Archive

Popular Posts