Breaking News

ବ୍ରହ୍ମାକୁମାରୀସ୍ ରେ ବିଶ୍ବ ମଧୁମେହ ଦିବସ ପାଳନ



ଭଞ୍ଜନଗର--- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ  ଭଞ୍ଜନଗର ଉପସେବା କେନ୍ଦ୍ର , ଶାନ୍ତିସ୍ରୋତ ଭବନରେ ବିଶ୍ବ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଶ୍ରୀ ପ୍ରଣବାନନ୍ଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ  ମଧୁମେହ ରୋଗର କାରଣ ଓ ନିବାରଣ ସଂପର୍କରେ ବହୁ ମୂଲ୍ୟବାନ ତଥ୍ୟ ଅବଗତ କରାଇଲେ । ସମ୍ମାନୀତ ଅତିଥି ରୂପେ ଶ୍ରୀ ସିମାଞ୍ଚଳ ଡାକୁଆ ସାର୍ ଓ ଶ୍ରୀମତୀ ନିବେଦିତା ପାତ୍ର ମଧ୍ୟ ମଞ୍ଚସ୍ଥ ଥିଲେ ।  ସହଜ ରାଜଯୋଗ ଓ ଈଶ୍ବରୀୟ ଜ୍ଞାନ  ସମସ୍ତ ମାନସିକ ଓ ଶାରିରୀକ ରୋଗରୁ ଆରୋଗ୍ୟ ହେବାର ମୂଳ ବିନ୍ଦୁ ବୋଲି ଅନୁଷ୍ଠାନର ସଞ୍ଚାଳିକା ସନ୍ତୋଷିନୀ ଭଉଣୀ ନିଜ ଅନୁଭୂତିର ବାର୍ତ୍ତା ଟିଏ ଉପସ୍ଥାପନା କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ଭ୍ରାତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‌ ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୧/୨୦୨୪----୭,୨୫ Sakhigopal News,16/11/2024

Blog Archive

Popular Posts