ବଡ଼ପଡା ଗାଁର ସୁନାପୁଅ ବିଜୟ ଏବଂ ବିଷ୍ଣୁଙ୍କୁ ସମ୍ବର୍ଦ୍ଧନା
ଭଂଜନଗର - ଜଣେ "ବିଷ୍ଣୁ", ଆଉଜଣେ "ବିଜୟ" । ଜଣେ ଲୋକଙ୍କ ସେବାରେ ଅଛନ୍ତି, ଆଉଜଣେ ସେବା କରି ସଫଳତା ପାଇଛନ୍ତି । ପଙ୍କରୁ ପଦ୍ମ ଭଳି ବିକଶିତ ହୋଇଛନ୍ତି, ଉଭୟେ । ଏମାନଙ୍କ ପାଇଁ ଗାଁ ସମେତ ଅଞ୍ଚଳବାସୀ ବହୁତ ଖୁସି । ଏମାନଙ୍କ ପାଇଁ ଗାଁରେ ଅଦିନିଆ ଉତ୍ସବ ପାଳିତ ହୋଇଯାଇଛି। ଏକାଠି ହୋଇଥିଲ ପିଲାଠୁ ବୟସ୍କ । ଗାଁର ଏହି ଦୁଇ ସୁନା ପୁଅଙ୍କୁ ସମ୍ମାନ ଜଣାଇବା । ଯାହାକି ଅନ୍ୟମାନଙ୍କୁ ପ୍ରେରଣା ଦେବ । ଏଥିପାଇଁ ଗାଁ ଚଉରା ନିକଟରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ପର୍ବ । ସେଥିରୁ ଜଣେ ଥିଲେ ଡାକ୍ତର ବିଜୟ କୁମାର ପଣ୍ଡା । ଯିଏକି ଡାକ୍ତର ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ନୂଆକରି ଗଞ୍ଜାମ ଜିଲ୍ଲାରେ ଦାୟିତ୍ଵ ନେଇଛନ୍ତି । ଅନ୍ୟ ଜଣେ ଥିଲେ ଗରୀବ ଘରର ପୁଅ ବିଷ୍ଣୁ ଚରଣ ନାୟକ । ପେଟ ପାଟଣା ପାଇଁ ସୁରଥରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଏବଂ ଶେଷରେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ସଫଳତା ପାଇଛନ୍ତି । ଯାହାକି ଉଭୟଙ୍କ ପାଇଁ ଏକ ନିପଟ ମଫସଲି ଗାଁମାଟି ଆଜି ଗର୍ବିତ ହୋଇଛି । ପୂର୍ବତନ ସରପଞ୍ଚ ପିତବାସ ସାହୁ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ, ଗ୍ରାମବାସୀଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଭୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏଭଳି ସଫଳ ବ୍ୟକ୍ତିତ୍ବଙ୍କ ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଗର୍ବିତ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ବିଧାୟକ ଶ୍ରୀ ବିଷୋୟୀ । ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀ ଙ୍କ ସମେତ ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିଜୟ କୁମାର ପଣ୍ଡା, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ବିଷ୍ଣୁ ଚରଣ ନାୟକ, ପ୍ରମୋଦ ଦଳବେହେରା, ସମାଜସେବୀ- ଜିତେନ୍ଦ୍ର କୁମାର ନାୟକ, ବିପିନ ବିହାରୀ ପଣ୍ଡା, ସାମ୍ବାଦିକ- ରତ୍ନାକର ସାହୁ, ସରପଞ୍ଚ - ଶାନ୍ତନୁ କୁମାର ସାହୁ ଏବଂ ପ୍ରଫୁଲ୍ଲ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ କରାଯାଇଥିବା ବେଳେ, ବଡ଼ପଡା ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪---୬,୫୦ Sakhigopal News,22/11/2024