Breaking News

ପୁଣି ଚୋରା କାଠ ଚାଲାଣ, ବନବିଭାଗର ଚଢ଼ାଉ ; କାଠ ସହିତ ଗାଡି ଜବତ



ଭଞ୍ଜନଗର - ବନବିଭାଗ ଯେତିକି ଚଢ଼ାଉ କରୁଛି, ସେତିକି ଚୋରାକାଠ ଚାଲାଣ ଘଟଣା ନଜରକୁ ଆସୁଛି । ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳରେ ଗତ ଦିନରେ କାଠ ମାଫିଆ ସକ୍ରିୟ ହୋଇଥିବା ଘଟଣା, ସ୍ପଷ୍ଟ ହୋଇଥିଲା । ବନ ବିଭାଗ ଚଢାଉ କରି ଚୋରା କାଠ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହି କ୍ରମରେ ଶନିବାର ଦିନ ପୁଣି କାଠ ମାଫିଆ ମାନେ ଚୋରାକାଠ ଚାଲାଣ କରୁଥିବା ବେଳେ, ଭଂଜନଗର ନିକଟ ସରସ୍ବତୀ ଶିଶୁ ମନ୍ଦିର ଠାରେ ଚଢ଼ାଉ କରି ୯୩ ଟି ଶାଳ ସାଇଜ୍ କାଠ ସହ ପିକଅପ୍ ଭ୍ୟାନ୍କୁ ଜବତ କରିଛି । ହେଲେ ଘଟଣା ସ୍ଥଳରୁ କାଠ ମାଫିଆ ମାନେ ଚମ୍ପଟ ମାରିଛନ୍ତି । ସଂପୃକ୍ତ କାଠକୁ ବନବିଭାଗ ଜବତ କରିଥିବା ବେଳେ, ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି । ସୂଚନା ପ୍ରକାରେ ଗାଲେରୀ ବନାଞ୍ଚଳର ଦୋମୁହାଣି ଅଞ୍ଚଳରୁ ଏହି କାଠ ଚାଲାଣ ହେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲେଚନା  ହୋଇଥିବା ବେଳେ ବନବିଭାଗ ତରଫରୁ ତଦନ୍ତ ଜାରି ରହିବା ବନଖଣ୍ଡ ଅଧିକାରୀ କହିଛନ୍ତି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରି ସଫଳତା ପାଇଥିଲା । ହେଲେ ଏହି ଘଟଣା ସ୍ପଷ୍ଟ କରୁଛି ଯେ, ଅଧିକାଂଶ କାଠ ଗାଲେରୀ ବନାଞ୍ଚଳରୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି । ଗାଲେରୀ ବନାଞ୍ଚଳରୁ କାହିଁକି ଏଭଳି ଚୋରାକାଠ ଚାଲାଣ ହେଉଛି, ଏଥିରେ ମାଷ୍ଟର ମାଇଣ୍ଡ କିଏ ଏବଂ ସ୍ଥାନୀୟ ବନାଞ୍ଚଳ ମୁଖ୍ୟ ଙ୍କ ପାଖରେ ଏସବୁ ଖବର ରହିଛି କି ନାହିଁ, ଏନେଇ ବିଭାଗୀୟ ଉଚ୍ଚ କତୃପକ୍ଷ ତଦନ୍ତ କରିବା ଜରୁରୀ ହୋଇଛି ।ଚଢାଉରେ ଡହ ବନପାଳ6 କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ ସ୍ବାର୍ଡ କର୍ମଚାରୀ ସାମିଲ୍ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ16/11/2024 ରିପୋର୍ଟ,୧୬/୧୧ /୨୦୨୪----୮,୩୦ Sakhigopal News, [

Blog Archive

Popular Posts