Breaking News

ଗାରମେଣ୍ଟ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ଦୋକାନୀଙ୍କ ମୃତ



ଜଟଣୀ : ସ୍ଥାନୀୟ ରାଜା ବଜାରରେ ଥିବା ଗୌରୀ ଗାରମେଣ୍ଟ ନାମକ ଏକ ଦୋକାନରେ ଶୁକ୍ରବାର ଅପରାହ୍ନ ସାଢ଼େ ତିନି ଟା ସମୟରେ ଅଚାନକ ଅଗ୍ନିକାଣ୍ଡ ଘଟି ବହୁ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୋକାନର ମାଲିକ ସୂର୍ଯ୍ୟ ମହାପାତ୍ରଙ୍କର ଶ୍ବାସରୁଦ୍ଧ ହୋଇ ବନ୍ଦ ଦୋକାନ ଘର ମଧ୍ୟରେ ପ୍ରାଣ ହରାଇବା ଘଟଣାରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା ଅନୁସାରେ ମାର୍କେଟ ବନ୍ଦ ଥିବାରୁ ଦୋକାନ ବନ୍ଦ ରହିଥିବା ବେଳେ ସମ୍ପୃକ୍ତ ଦୋକାନର ମାଲିକ ସକାଳ ସମୟରେ ପୁରୀ ଯାଇ ଠାକୁର ଦର୍ଶନ କରି ସେଠାରୁ ଫେରି ଦୋକାନ ମଧ୍ୟରେ ଥିଲେ । ତେବେ ଉକ୍ତ ଅପରାହ୍ନ ସମୟରେ ତନ୍ମଧ୍ୟରୁ ପ୍ରବଳ ଧୂଆଁ ବାହାରୁଥିବା ଆଖ ପାଖ ଲୋକମାନେ ଦେଖିବାକୁ ପାଇଥିଲେ l ଏ ସମ୍ପର୍କରେ ପୁଲିସ ଏବଂ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ନିଆଁ ଲିଭା ଯାନ ଆସି ସନ୍ଧ୍ୟା ସୁଦ୍ଧା ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ l ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଅଗ୍ନିକାଣ୍ଡ କୁ ଭୃକ୍ଷେପ ନକରି ଦୋକାନର ସଟର ତାଡ଼ି ଭିତରେ ପଶିଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ହେଁ ଅଗ୍ନି ତାପରେ ପ୍ରବଳ ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ହୋଇ ଦୋକାନ ମାଲିକ ସୂର୍ଯ୍ୟଙ୍କର ମୃତ୍ୟୁ  ହୋଇଯାଇଛି।  ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସ ପଠାଇଥିଲେ ମଧ୍ଯ ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ l ତେବେ କ୍ଷୟ କ୍ଷତିର ସଠିକ୍ ଅକଳନ ହୋଇପାରିନଥିଲେ ହେଁ ବିଦ୍ୟୁତ ସର୍ଟ ସର୍କିଟ୍ ପାଇଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି l ଅପରପକ୍ଷେ ପୂର୍ଣ୍ଣମୀ ପାଇଁ ବଜାର ବନ୍ଦ ଥିବାରୁ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ ଏହି ସମୟରେ ଜନସମାଗମ ନଥିବାରୁ ନିଶ୍ଚିତ ଭାବେ ଆହୁରି ଭୟାବହ ଧନଜୀବନ ହାନିରୁ ରକ୍ଷା ପାଇଯାଇଛି ବୋଲି ଜନସାଧାରଣ ମତ ପ୍ରକାଶ ପାଇଛି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହାରେ ରେଳବାଇ ଗୋଲେଇ ମାର୍କେଟରେ ଅବସ୍ଥିତ ଏକ ସର୍ବପୂରାତନ କପଡା ଦୋକାନ ଏଚ୍ କେ ଟେକ୍ସଟାଇଲ ଶୋରୁମରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା, ସେହିପରି ନୀଳଚକ୍ର ମାର୍କେଟରେ ଥିବା ଏକ ପ୍ରତିଷ୍ଠିତ ହୋମିଓପାଥି ଚିକିତ୍ସା କେନ୍ଦ୍ର ମଧ୍ଯ ପୋଡ଼ି ବହୁ କ୍ଷୟ କ୍ଷତି ହୋଇଥିଲା l ଲେଖିବା ବାହୁଲ୍ୟ ଏହିକି ଯେ ଜଟଣୀ ସହରରେ ଥିବା ବହୁ ବଜାରରେ ରାସ୍ତା ଗୁଡ଼ିକ ଜବର ଦଖଲରେ ରହି ସଙ୍କୁଚିତ ହେବା ଫଳରେ ଅଗ୍ନିକାଣ୍ଡ ହେଉ ବା ଅନ୍ୟ କିଛି ଆମ୍ବୁଲାନ୍ସ ଗାଡ଼ି ଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିବା ପାଇଁ  ବିଳମ୍ବ ହେବାସହ ନାକେଦମ ହେଉଥିବା ପରିଲକ୍ଷିତ ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୧/୨୦୨୪----୮,୩୫ Sakhigopal News,16/11/2024

Blog Archive

Popular Posts