Breaking News

ବଡ ଓଷାରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କଲେ ଧବଳେଶ୍ୱର ମହାଦେବଙ୍କୁ



ସାକ୍ଷୀଗୋପାଳ---  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଆଦ୍ୟଶାସନ ବୀରରାମଚନ୍ଦପୁର ଗ୍ରାମର ତୁତୀୟ ଓ  ଚତୁର୍ଥ ଖଣ୍ଡି ମୁଣ୍ଡରେ ପୂଜିତ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରେ ବଡଓଷା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ  ହଜାର ହଜାର ଶ୍ରଦ୍ଧାଳୁ ସକାଳୁ  ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଧାଡିରେ ଶାନ୍ତି ଶୃଙ୍ଘଳା ସହିତ ଦର୍ଶନ କରିବା ସହ ପାଣିଲାଗି ଓ ଭୋଗ କରିଥିବାର ଦେଖାଯାଇଥିଲା । ପ୍ରତିବର୍ଷ ପରି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ । ସେଥିଯୋଗୁ ଭକ୍ତ ମାନଙ୍କର ଗହଳିକୁ ଲକ୍ଷ୍ୟ କରି ଗ୍ରାମ କୋଠ ମହାଜନଙ୍କ ନିଷ୍ପତି କ୍ରମେ  ପୂର୍ବ ରାତିରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବା ପରେ ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣ ମେଳା ଦର୍ଶନ ମିଳିଥିଲା । ଗ୍ରାମ କୋଠ ଓ ଯୁବକସଂଘର ସଦସ୍ୟ ମାନଙ୍କ ଦ୍ୱାରା ଠାକୁରଙ୍କୁ ଦର୍ଶନ ନିମନ୍ତେ ବ୍ୟାରିକେଟ କରାଯାଇ ଧାଡିରେ ଲୋକମାନେ ମନ୍ଦିରକୁ ଯାଇଥିଲେ ।  ଦୀପ, ବେଳପତ୍ର, ଫୁଲ, ଭୋଗ ପଇଡ, ନଡିଆ, କ୍ଷୀର, ପାଚିଲାକଦଳୀ, ନବାତ ସହିତ ଚୁଡାଘଷା ଭୋଗ କରିବା ସହ ନିଜ ନିଜର ଓ ପରିବାରକୁ ସୁଖ ଶାନ୍ତିରେ ରଖିବା ପାଇଁ ମହିଳା ମାନେ ଠାକୁରଙ୍କ ପାଖରେ ସେବାୟତ ମାନଙ୍କ ଦ୍ୱାରା ପାଣିଲାଗି କରିଥିଲେ । ଗ୍ରାମ ଦାଣ୍ଡ ମନ୍ଦିର ରାସ୍ତା ଓ ମନ୍ଦିର ବେଡା ପରିସରରେ ଭୋଗ ଦେକାନ ସହିତ ଷ୍ଟେସନାରୀ, ଫାଷ୍ଟଫୁଡ, ଗୁପୁଚୁପୁ, ଜଳଖିଆ ,ଖେଳନା ଆଦି ଦେକାନ ବଜାର ଖୋଲିଥିଲା । ସେହିପରି ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମହାଦେବଙ୍କ ମନ୍ଦିରରେ ମଧ୍ୟ ଲୋକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୧/୨୦୨୪---୭,୧୦  Sakhigopal News, 14/11/2024

Blog Archive

Popular Posts