ଜନ୍ମ ଦିନ ରେ ରକ୍ତ ଦାନ ଶିବିର ; ୩୩ୟୁନିଟ ରକ୍ତ ସଂଗୃହୀତ
ବରଗଡ଼ ----
ଅଗ୍ରଗାମୀ ଯୁବକ ସଂଘ ନିଷ୍ଠା ପରିବାର ର ସଂଯୋଜକ ତଥା ସକ୍ରୀୟ ସଦସ୍ୟ ଲବ ସାହୁ ଙ୍କ ଜନ୍ମ ଦିନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଡାକ୍ତର ଅଜିତ ଦର୍ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନିତ ଅତିଥି ଭାବରେ କୋଶଳ ସଂଗ୍ରାମୀ ଆକାଶ ରମେଶ ପଣ୍ଡା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ନିଜ ଜନ୍ମ ଦିନ ରେ ରକ୍ତ ଦାନ ଶିବିର କରି ଖୁବ୍ ଖୁସି ହେବା ସହ ସମସ୍ତ ରକ୍ତ ଦାତା ମାନଙ୍କୁ ହୃଦୟ ରୁ ଧନ୍ୟବାଦ ଜଣାଇଥିଲେ ଲବ ସାହୁ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଲବ ସାହୁ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା, ଲବ ସାହୁ, ସଙ୍କେତ ଆଠଘରା, ଚିତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ପୁରନ୍ଦର ଭୋଷାଗର, ମାନସ ମେହେର ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫ ରୁ ଲବ ଭାଇ ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୪---୯,୧୦ Sakhigopal News,6/11/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୪---୯,୧୦ Sakhigopal News,6/11/2024