Breaking News

ତୃତୀୟାଦେବ ନୋଡାଲ ବିଦ୍ୟାନିକେତନର ଅଭିଭାବକଙ୍କ ଦାବିକୁ ଗ୍ରହଣ କଲା ଜିଲ୍ଲା ଶିକ୍ଷା ବିଭାଗ ;ବିଦ୍ୟାଳୟରେ ପଡିଥିବା ତାଲା ଆଜି ଖୋଲିଲା

 


ସାକ୍ଷୀଗୋପାଳ, ---ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତରେ ଥିବା ତୃତୀୟ ଦେବ ନୋଡାଲ ବିଦ୍ୟାନିକେତନରେ ଦୁଇ ଶିକ୍ଷକ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଯାହା ଫଳରେକି ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ୧୩୭ ଜଣ ଛାତ୍ରଛାତ୍ରୀ ଶିକ୍ଷା ଦାନରୁ ଦୁଇ ମାସ ବଞ୍ଚିତ ଥିଲେ । ଏହାର ସମାଧାନ ପାଇଁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଷଲ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଭିଭାବକ ମାନେ ଶୁକ୍ରବାର ୮ ତାରିଖ ଦିନ ବିଦ୍ୟାଳୟର ମୁଖ୍ୟ ଘେଟରେ ଚାବି ପକାଇ ଧାରଣା ଦେଇଥିଲେ । ଯାହା ଫଳରେକି ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ ନାହିଁ ବୋଲି ଜିଦରେ ରହିଥିଲେ ଅଭିଭାବକ ମାନେ ।  ଆଜି ସୋମବାର ଯୋଗୁ ବିଦ୍ୟାଳୟ ଖୋଲିବା ସମୟ ହେବାରୁ ବିଦ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ପ୍ରାର୍ଥନା କରିବା ସହ ବିଦ୍ୟାଳୟ ଆଗରେ ଧାଡି ହୋଇ ଶିକ୍ଷା ଦାନ ପାଇଁ ବସିଥିଲେ । ସେଠାରେ କୌଣସି ଅଘଟଣ ଘଟିବାକୁ ଆଶଙ୍କା କରି ସେଠାରେ ପିପିଲ ଏସଡିପିଓ ବିରଞ୍ଜି ନାରାୟଣ ପତି ଓ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ । କିଛି ସମୟ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଶୁଂ ଭୂଷଣ ମାର୍ଥା, ଶୁକଳ ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ଶୁକଳ ସମିତିସଭ୍ୟ ତଥା ପୁରାତନ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବସନ୍ତ କୁମାର ବିଶ୍ୱାଳ, ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ସିଆରସିସି ଅନ୍ନଦା ସୁଆର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଲେଚନାରେ ଯୋଗ ଦେଇଥିଲେ । ବିଦ୍ୟାଳୟର ୫ଟି ଲାଇବ୍ରେରୀ ରୁମରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଭିନ୍ନ ବିସୟରେ ଆଲେଚନା କରାଯିବା ପରେ ଶେଷରେ ନିସ୍ପତି ହୋଇଥିଲା ଯେ ବିଦ୍ୟାଳୟର ଏଲିମେଣ୍ଟାରୀ ଓ ସେକେଣ୍ଡାରୀ ଶିକ୍ଷକ ମାନେ ମିଳିତ ଭାବେ ବିଦ୍ୟାଳୟରେ ଛାତଛାତ୍ରୀ ମାନଙ୍କୁ ସଠିକ ଶିକ୍ଷା ଦାନ କରିବେ ବୋଲି ରାଜି ହୋଇଥିଲେ । ଏବଂ ବିଦ୍ୟାଳୟରେ ପ୍ରମୋଶନ ପାଇ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟତ୍ୱ ନେଇଥିବା ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ଅଭିଭାବକ ମାନେ ଦାବି କରିଥିଲେ । ଏଥିପାଇଁ ତିନିଦିନ ସମୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନେଇଥିବା ଅଭିଭାବକ ତଥା ସମିତିସଭ୍ୟ ବସନ୍ତ ବିଶ୍ୱାଳଙ୍କ ଠାରୁ ସୁଚନା ମିଳିଛି । ସେହିପରି ଆଜି ବିଦ୍ୟାଳୟ ଖୋଲାଥିଲେ ମଧ୍ୟ କିଏସେ କାହିଁକି ଛାତଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇଛି ତାହା ତଦନ୍ତ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।  ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ୍ର ଚନ୍ଦ୍ର ନାଥ, ବାବୁ ବେହେରା, କାଳୁ ବିଶ୍ୱାଳ, ଅଭିମନ୍ୟୁ ପରିଡା, ପ୍ରଶାନ୍ତ ନାଥ, ସତ୍ୟନାରାୟଣ ସେନାପତି, ଅନୁ ସେନାପତି, ଅଶୋକ ପଟ୍ଟନାକୟ ପ୍ରମୁଖ ଅଭିଭାବକ ମାନେ ବୈଠକରେ  ଉପସ୍ଥିତ ରହିଥଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୧/୨୦୨୪---୮,୧୦

Blog Archive

Popular Posts