ଉତ୍କଳୀୟମାନଙ୍କର ମାର୍ଗଶୀର ମାସ କୃଷି ଓ ଅଧ୍ୟାତ୍ମିକତା ଦୃଷ୍ଟିରୁ ଗୁରତ୍ଵପୂର୍ଣ୍ଣ ଆଲୋଚନା ଚକ୍ର
ଜଟଣୀ----- ମାର୍ଗଶୀର ମାସର ବିଶେଷତ୍ୱ ସମ୍ବନ୍ଧରେ ଆମରିସତ୍ୟ ବିକାଶ ପରିଷଦ ଜଟଣୀ ର ଏକ ଆଲୋଚନାଚକ୍ର ଆଦିନାରାୟଣ ଖଣ୍ଡୁଆଳଙ୍କ ସଭାପତିତ୍ବରେ ସ୍ଵସ୍ତିଜ୍ୟୋତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ପଣ୍ଡିତ ରମାକାନ୍ତ ମିଶ୍ର ଉତ୍କଳୀୟ ସଂସ୍କୃତିରେ ପ୍ରଥମାଷ୍ଟମୀ ଓ ମାଣବସା ପର୍ବ ପାଳନକୁ କିପରି ପ୍ରାଧାନ୍ୟ ଦିଆଯାଇଛି ତାହା ସହ ଉତ୍କଳୀୟମାନଙ୍କର ମାର୍ଗଶୀର ମାସ କୃଷି ଓ ଅଧ୍ୟାତ୍ମିକତା ଦୃଷ୍ଟିରୁ ଗୁରତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ । କାରଣ ଏହି ମାସରେ ଖାଦ୍ୟର ଅଭାବ ନଥାଏ ଏବଂ ଶସ୍ୟ ଉତ୍ପାଦନ ସହ ସୁଲଭ ଦରରେ ଉପଲବ୍ଧ ହୁଏ । ଅଧ୍ୟାତ୍ମିକତା ଦୃଷ୍ଟିରୁ ପ୍ରଥମାଷ୍ଟମୀ ଓ ମାଣବସା ଅଧ୍ୟାତ୍ମିକତା ବାର୍ତ୍ତା ଦେବା ସହ ସମାଜ ସଂସ୍କାର ପାଇଁ ନାରୀପୁରୁଷମନକୁ ସଦାଚାର ତଥା ସବର୍ଣ୍ଣ ଓ ଅସବର୍ଣ୍ଣ ବୈଷମ୍ୟ ବାଦର ବିଲୋପ ବାର୍ତ୍ତା ଦେଇଥାଏ। ମହାଲକ୍ଷ୍ମୀଙ୍କୁ ନୂତନ ଶସ୍ୟ ଓ ପନିପରିବା ଅର୍ପଣ କରାଯାଇଥାଏ । ମୂଖ୍ୟବକ୍ତା ଶ୍ରୀ ପଦ୍ମନାଭ ପାଣିଗ୍ରାହୀ ମାର୍ଗଶୀର ମାସରେ ପାଳିତ ବିଭିନ୍ନ ପର୍ବ ପର୍ବାଣୀ ବିଷୟରେ ବିଶେଷ ଆଲୋକପାତ କରିଥିଲେ। ତ୍ରିଲୋଚନ ମହାପାତ୍ର, ବ୍ରଜବନ୍ଧୁ ନାୟକ, ଜବାହରଲାଲ୍ ସୁବୁଦ୍ଧି ଜାତିଭେଦ ଦୂରୀକରଣ, ପୂଜ୍ୟ ପୂଜାର ପରମ୍ପରା ସଂମ୍ପର୍କରେ ବର୍ଣ୍ଣନା କରିଥିଲେ।ଶ୍ରୀ ତ୍ରିଲୋଚନ ମହାପାତ୍ରଙ୍କ ସଭାପତିତ୍ବ ଓ ରଶ୍ମିତା ନାୟକ ,ପଦ୍ମଲୋଚନ ସାହୁଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଉତ୍ସବଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ମହାପାତ୍ର, ମନୋରମା ପାଢୀ ,ନର୍ମଦା ଦୋରା, ଦିବ୍ୟଲୋଚନ ଭାରୀମଲ୍ଲ, କିଶୋର ପାଇକରାୟ , ଦାଶରଥି ପଟ୍ଟନାୟକ, ସମରଜିତ୍ ପଟ୍ଟନାୟକ, ଡମ୍ବରୁଧର ବାରିକ , ପଦ୍ମଲୋଚନ ସାହୁ, ଜଗନ୍ନାଥ ନାୟକ,କାହ୍ନୁ ଚରଣ ସାହୁ ,ଅର୍ଜୁନ ବାରିକ ,ପ୍ରତାପ କୁମାର ବାରିକ, ନୀଳାମ୍ବର ମିଶ୍ର ,ଅନନ୍ତ ଚରଣ ନାୟକ , ଅଜୟ କୁମାର ମୁଦୁଲି ,ସୁରେଶ କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଆମରିସତ୍ୟର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୧/୨୦୨୪---୭,୪୫ Sakhigopal News,25/11/2024