Breaking News

ରକ୍ତ ଦାନ କରି ଜନ୍ମ ଦିନ ପାଳନ କଲେ ରୋହିତ ପିପଲାନି





ବରଗଡ -ବରଗଡ଼ ଜିଲ୍ଲା ଅମ୍ବାପାଲି ତେତେଲ ଟିକ୍ରା ସ୍ଥିତ ପିପଲାନି ସୁଇଟ୍ସ ଫ୍ୟାକ୍ଟ୍ରି ଠାରେ ପିପଲାନି ସୁଇଟ୍ସ ର ମାଲିକ ରୋହିତ ପିପଲାନି ଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।  ରୋହିତ ପିପଲାନି ଙ୍କ ବାପା ଅର୍ଜୁନ ପିପଲାନି ଓ ମା ଅନିତା ପିପଲାନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ରକ୍ତ ଦାନ ଶିବିର କୁ ଶୁଭାରମ୍ଭ କରିଥିଲେ  । ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ତିନି ଯୋଡା ରକ୍ତ ଦାତା ଦମ୍ପତ୍ତି ଙ୍କ ସମେତ ୫୧ଜଣ ରକ୍ତ ଦାତା ଙ୍କୁ ମିଶାଇ ସର୍ବମୋଟ ୫୭ୟୁନିଟ ରକ୍ତ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା, ରକ୍ତଭଣ୍ଡାର ର କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଏନ ଦେବାଶିଷ ମିଶ୍ର, ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ।ପିପଲାନି ରେ କାମ କରୁଥିବା କର୍ମଚାରୀ ମାନେ ଅତ୍ୟନ୍ତ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ।ଏହି ଶିବିର କୁ ପୁଖରାଜ ସିଂ ରାଜପୁତ ଓ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା, ଅଶ୍ୱିନୀ ତ୍ରିପାଠୀ,ଆଶିଷ କିରଣ ମହାପାତ୍ର,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ସଙ୍କେତ ଆଠଘରା,ରାତ୍ର ପ୍ରଧାନ,ହେମାଞ୍ଚଲ ସାହୁ, ଝସ ସାହୁ,ମାନସ ମେହେର ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ରୋହିତ ପିପଲାନି ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୧/୨୦୨୪----୭,୪୫ Sakhigopal News,29/11/2024

Blog Archive

Popular Posts