Breaking News

ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ପାଇଁ ସଚେତନତା ଶିବିର



ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ସୌଭାଗ୍ୟ ରଞ୍ଜନ କର ଓ ସତ୍ୟବାଦୀ ବ୍ଳକର ଓଡିଶା ମିଶନ ଶକ୍ତିର ବ୍ଳକ ପ୍ରୋଗ୍ରାମ ସଂଯୋଜକ ଲଗ୍ନଜିତି ମାହାଲି ଓ ସତ୍ୟବାଦୀ ମେଡିକାଲର ବ୍ଳକ ପ୍ରେଗାମ ମ୍ୟାନେଜର ଜ୍ୟୋତି ରଞ୍ଜନ ଶତପଥି ପ୍ରମୁଖ ଯୋଗ ଦେଇ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ କରିବାକୁ ହେଲେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗର ଆବଶ୍ୟକତା କ’ଣ କ’ଣ ରହିଛି ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ, ଗମନା ଗମନ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ ଓ ପରିବେଶ , ଆର୍ଥିକ, କୃଷି ବିଭିନ୍ନ ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସହଯୋଗ ନିହାତି ଆବଶ୍ୟକତା ରହିଛି ବୋଲି ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ  । ବିଶେଷ କରି ପଞ୍ଚାୟତର ସରପଞ୍ଚଙ୍କ ଠାରୁ ନାଏବ ସରପଞ୍ଚ ଓ ସ୍ୱାର୍ଡ ସଦସ୍ୟ ସଦସ୍ୟା ମାନେ ଏଥିପ୍ରତି ଗରୁତ୍ୱ ଦେବା ଆବଶ୍ୟକତା ରହିଛି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ଜିପିଓଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ଅଙ୍ଗନୱାଡି କର୍ମୀ. ଆଶାଦିଦି, ମହିଳା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ ।  ରାଜ୍ୟ ସରକାରଙ୍କ ସୁସ୍ଥ ପଞ୍ଚାୟତ ଗଠନ ଚିନ୍ତାଧାରାକୁ  ସତ୍ୟବାଦୀର ବୁଦ୍ଧଜୀବୀ ମାନେ ସ୍ୱାଗତ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୧/୨୦୨୪---୭,୨୦      Sakhigopal News, 27/11/2024

Blog Archive

Popular Posts