Breaking News

କଥା ଦେଇ କଥା ରଖିଲେନାହିଁ ଥାନାଅଧିକାରୀ ଓ ବିଦ୍ୟୁତ ବିଭାଗର ଜେଇ ; ଜବଲ ଇଞ୍ଜିନ ସରକାରଙ୍କ ସମୟରେ ୫୦ଜଣ ମହିଳା ହରାଇଲେ ରୋଜଗାର


 ସାକ୍ଷୀଗୋପାଳ,--- ଦିନ ଥିଲା ଜିଲ୍ଲାପ୍ରଶାସନ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ଆସୁଥିବା ମହିଳା ଗୋଷ୍ଠୀ ମାନଙ୍କୁ ନେଇ ସତ୍ୟବାଦୀର ଶ୍ରୀମରା ନଡିଆ ତେଲ କମ୍ପାନୀକୁ ବୁଲାଇ ଦେଖାଉଥିଲେ । ନିଜେ ବାହାବାନେବା ସହ ସରକାରଙ୍କ କଥା କହୁଥିଲେ । ସରକାର ବଦଳିଗଲା ପରେ ସେହି ଅଧିକାରୀ ମାନେ ସବୁ କଥା ଓଲଟି ଯାଇଥିବା ଦେଖିବାକୁ ମିଳିଛି । ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ସତ୍ୟବାଦୀ ବ୍ଳକର ପରଜାପଡା ଗ୍ରାମ ପଞ୍ଚାୟତର ପାରକେଣା ଗ୍ରାମରେ ମହିଳା ମାନଙ୍କ ଦ୍ୱାରା ଗଡି ଉଠିଥବା ଶ୍ରୀରାଧା ମରା ନଡିଆ ତେଲ କମ୍ପାନୀର ବିଦ୍ୟୁତ କାଟକୁ ନେଇ ମହିଳାଙ୍କ ସହିତ ବ୍ଳକ ଅଧ୍ୟକ୍ଷଙ୍କ ସହିତ ଅନ୍ୟ ମାନେ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ତାଲା ପକାଇ ଧାରଣା ଦେଇଥିଲେ । ପୂର୍ବ ସରକାରଙ୍କ ସମୟରେ ନିଜ ଗୋଡରେ ଠିଆ ହୋଇଥିବା ମହିଳା ମାନେ ଡବଲ ଇଞ୍ଜିନ ସମୟରେ ରୋଜଗାର ହରାଇଛନ୍ତି ବୋଲି ଭିଯୋଗ ହେଉଛି । ସୁଚନାଯୋଗ୍ୟ ଯେ ଦୁଇ ମାସ ହେବ ବିନା ନୋଟିସରେ  ଶ୍ରୀରାଧା ମରା ନଡିଆ ତେଲ କମ୍ପାନୀର ବିଦ୍ୟୁତ କାଟ ହେବା ଯୋଗୁ ୫୦ଜଣରୁ ଅଧିକ ମହିଳା ମାନେ ରୋଜଗାର ହରାଇଛନ୍ତି ।ଏହାକୁ ନେଇ ସେମାନେ ଜିଲ୍ଲାପାଳଙ୍କ ସହିତ ଏସପି, ଡିଆରଡିଏ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ୨୦ ତାରିଖ ଦିନ ନ୍ୟାୟ ପାଇଁ ଶ୍ରୀରାଧା ମରା ନଡିଆ ତେଲର ସମ୍ପାଦିକା ସରଜିତା ହରିଚନ୍ଦନଙ୍କ ସହିତ ରିନା ବେହେରା, ବେବିନା ରାଉତ, ତଅପୋଇ ପରିଡା, ଶାନ୍ତି ପରିଡା, ତାରୁ ଦାସ, ସୁମିତ୍ରା ରାଉତଙ୍କ ସହିତ ପ୍ରାୟ ୪୦ ଜଣ ମହିଳା ସଦସ୍ୟା ମାନଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତ, ଆତ୍ମାର ସଭାପତି ମହମ୍ମଦ ଝିକିରିଆ, ଶୁକଳ ସମିତିସଭ୍ୟ ବସନ୍ତ ପ୍ରଧାନ, ବିଶ୍ୱନାଥପୁର ସମିତିସଭ୍ୟ ଜଗନ୍ନାଥ ଷଡଙ୍ଗୀ, ଦୁଗଲ ସରପଞ୍ଚଙ୍କ ପ୍ରତିନିଧି କାଳୁଚରଣ କାଣ୍ଡି, ସମିତି ସଭ୍ୟାଙ୍କ ପ୍ରତିନିଧି ଯୋଗେନ୍ଦ୍ର ଖଟେଇ, ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ,ନୂଆସୋମେଶ୍ୱରପୁର ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଭାକର ପଣ୍ଡା,  ନରେନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଜୟପୁର ସରପଞ୍ଚଙ୍କ ପ୍ରତିନିଧି  ଦେବଦତ୍ତ ସାମନ୍ତରାୟଙ୍କ ସହିତ ସୁବାଷ ପ୍ରଧାନ, ସ୍ୱାଧୀନ ଭାରତ ଜେନା, ଯୁବ ସଭାପତି ଶରତ ରାଉତରାୟ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।  ତାଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିି ଅନେକ ମହିଳା ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏବେ ପଦାରେ ପଡିଛି । ଯାହାକୁ ନେଇ ଆଜି କାର୍ଯ୍ୟାଳୟରେ ତାଲା ପକାଇ ମହିଳା ମାନେ ଧାରଣା ଦେଇଥିଲେ  ।  ଏପରିକି ବିଧାୟକ ଓମ ପ୍ରକାଶ ମିଶ୍ର ଏ ସମ୍ପର୍କରେ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ସହ ସଠିକ ତଦନ୍ତ କରି ବିଦୁତ୍ୟ ସଂଯୋଗ କରିବା ପାଇଁ କହିଥିଲେ ମଧ୍ୟ ସାକ୍ଷୀଗୋପାଳ ଏସଡିଓ କୌଣସି କଥାକୁ ଭୁକ୍ଷେପ କରିନଥିଲେ । ଉକ୍ତ ଅନୁଷ୍ଠାନ ବିଦ୍ୟୁତ କମ୍ପାନୀ ଠାରୁ ୧୧ ହଜାର ୪୯ ଟଙ୍କା ପାଇବାକୁ  ରହିଥିବା ବେଳେ ବିଭାଗୀୟ ଅଧିକାରୀ କୌଣସି ନୋଟିସ ନ ଦେଇ ବିଦ୍ୟୁତ କାଟ କରିବା କେତେ ଦୁର ଠିକ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତି ହରିଚନ୍ଦନ ଅଭିଯୋଗ ଆଣିଛନ୍ତି ।  ଶେଷରେ ଶୁକ୍ରବାର ସଂଧ୍ୟା ମଧ୍ୟରେ ଶ୍ରୀରାଧା ମରା ନଡିଆ ତେଲ ଅନୁଷ୍ଠାନକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଟିପିଡିସିଓଏଲ ସତ୍ୟବାଦୀ ଉପଖଣ୍ଡର କର୍ମରସିଆଲ ଜେଇ ପିୟଜିତି ବରାଳ ଓ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଲିଖିତ ଭାବେ ଦେବା ପରେ ଆନ୍ଦୋଳନ ଉଠିଥିଲା । ମାତ୍ର ଶୁକ୍ରବାର ଯିବା ପରେ ମଧ୍ୟ ବିଭାଗୀୟ ପକ୍ଷରୁ ଉକ୍ତ ଶ୍ରୀରାଧା ମରା ନଡିଆ ତେଲ ସଂସ୍ଥାକୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । ଯାହାକି ଏକ ବଡ ଧରଣର ଆନ୍ଦୋଳନ ପାଇଁ ଦାନା ବାନ୍ଧୁଥିବ ଜଣାପଡିଛି । ଯେଉଁ ଆନ୍ଦୋଳନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ ସମ୍ପୁର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଜଣାଇଛନ୍ତି । ଆବଶ୍ୟକ ପଡିଲେ ମହିଳା ମାନେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ସେମାନଙ୍କଦୁଖଃ ଜଣାଇବା ସହ ସେମାନଙ୍କ ସହିତ ସାମିଲ ହେବାକୁ ନିବେଦନ କରିବେ ବୋଲି ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୪   Dakhigopal News, 26/11/2024

Blog Archive

Popular Posts