କାମରେ ଆସିଲାନି ପୌରପରିଷଦର ବେଆଇନ ଉଚ୍ଛେଦ ,; ପୁନର୍ବାର ଓଭର ବ୍ରିଜ ତଳେ ଚାଲିଛି ବେପାର
ଜଟଣୀ :-ଦୀର୍ଘ ଦିନର ଜଟଣୀ ବାସୀଙ୍କ ଦାବି ତଥା ସହରର ଅନ୍ୟତମ ପ୍ରମ୍ମୁଖ ଦୁଃଖ ରେଳ ଭୁତଳ ରାସ୍ତା । ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଦୀର୍ଘ ବର୍ଷ ଧରି ଚାଲି ଶେଷରେ ହୀନ ରାଜନୀତି କାରଣରୁ ଦୁଇ ଦୁଇ ଥର ଉଦ୍ଘାଟିତ ହେଲା l ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇ ନିର୍ମାଣଧୀନ ଓଭର ବ୍ରିଜ ତଳେ କୌଣସି ପ୍ରକାର ବେପାର ବାଣିଜ୍ୟ କରିବା କରିବା ନିମନ୍ତେ ବାରଣ କରାଯିବା ସହିତ ନିୟମ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା l ପ୍ରଶାସନର ନିୟମକୁ ଅବମାନନା କରି ଦିନକୁ ଦିନ ଛତୁ ଫୁଟିଲା ଭଳି ରାସ୍ତାକୁ ଅବରୋଧ କରି ଓଭର ବ୍ରିଜ ତଳେ ଉଠା ଦୋକାନୀଙ୍କ ବେପାର ଚାଲିଲା । ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଲା l ଫ୍ଲାଏ ଓଭର ବ୍ରିଜ ତଳ ହେଉଛି "ନୋ ପାର୍କିଙ୍ଗ ଜୋନ ' l କିନ୍ତୁ ସବୁ ନିୟମକୁ ପାଦରେ ଦଳି ଓଭର ବ୍ରିଜ ତଳେ "ଆଞ୍ଚଳିକ ଅଟୋ ଚାଳକ ସଙ୍ଘ ' କରାଯାଇ ବେଆଇନ ଭାବେ ଲମ୍ବା ଧାଡ଼ିରେ ଅଟୋ ଠିଆ କରାଯାଇଛି । ଯାତ୍ରୀ ମାନଙ୍କ ଜୀବନ ସହିତ ଏକ ପ୍ରକାର ଖେଳ ଖେଳାଯାଇ ଯାତ୍ରୀ ପରିବହନ କରାଯାଉଛି l ବେଆଇନ ପାର୍କିଙ୍ଗ ଏବଂ ଉଠାଦୋକାନୀଙ୍କ ପାଇଁ ସୀତାରାମ ଛକ ଅଞ୍ଚଳ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ କହିବା ଅତୁକ୍ତି ହେବ ନାହିଁ l ଏହି ବାବଦରେ ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ସମୟରେ ଭକ୍ତଙ୍କ ବହୁ ସମାଗମକୁ ଆଖି ଆଗରେ ରଖି ସ୍ଥାନୀୟ ସାଂସଦଙ୍କ ପ୍ରସ୍ତୁତି ବୈଠକରେ ଜଟଣୀ "ପ୍ରେସ କ୍ଲବ "ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଯାହା ଫଳରେ ପୂଜାର ଦୁଇ ଦିନ ପୂର୍ବରୁ ସ୍ଥାନୀୟ ପୌରପରିଷଦ ପକ୍ଷରୁ ସୀତାରାମ ଛକରେ ଟ୍ରାଫିକ ସମସ୍ୟା ଦୂର ପାଇଁ ଉଠାଦୋକାନୀଙ୍କ ସହ ଅଟୋ ଚାଳକ ସଂଘର ବେଆଇନ ପାର୍କିଙ୍ଗକୁ ଉଚ୍ଛେଦ କରାଯାଇଥିଲା l କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ପୂଜା ସରିବା ପରେ କାହାର ପ୍ରୋତ୍ସାହନରେ ଯଥା ପୂର୍ବଂ ତଥା ପରଂ ଭଳି ପୁନର୍ବାର ଉଠା ଦୋକାନୀ ସାଙ୍ଗକୁ ଆଞ୍ଚଳିକ ଅଟୋ ସଙ୍ଘ ର ପାଦୁର୍ଭାବ ବଢ଼ିବାରେ ଲାଗିଛି l ତେବେ ସାଧାରଣ ନାଗରିକ ଜୀବନକୁ ଜଳାଞ୍ଜଳି ଦିଆଯାଇ କିପରି ବିପଦ ପୂର୍ଣ୍ଣ ଅବସ୍ଥାରେ ବ୍ୟବସାୟ କରିବାପାଇଁ ଏବଂ ଅଟୋ ଷ୍ଟାଣ୍ଡ ପାଇଁ ଅନୁମତି ପ୍ରଦାନ କରାଯାଇଅଛି ତାହା ସାଧାରଣରେ ପ୍ରଶ୍ନ ବାଚୀ ? । ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରଙ୍କ ପୂର୍ତ୍ତ ବିଭାଗ, ସ୍ଥାନୀୟ ପୋଲିସ ବିଭାଗ ଏବଂ ପୌର କତୃପକ୍ଷ ସମ୍ପୂର୍ଣ ସ୍ଥାଣୁ ପାଲଟିଛନ୍ତି ବୋଲି ସ୍ଥାନୀୟ ବଳିଷ୍ଠ ନାଗରିକ ଏବଂ ବିଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୪----୮,୪୫ Sakhigopal News,21/11/2024