Breaking News

ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୭୫ତମ ଜାତୀୟ ସାମ୍ବିଧାନିକ ଦିବସ ପାଳିତ



ଜଟଣୀ  : ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୭୫ତମ ଜାତୀୟ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ. କର ସମ୍ବିଧାନର ମୂଲ୍ୟବୋଧ ଏବଂ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସମବେତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସମ୍ବିଧାନର ପ୍ରସ୍ତାବନାକୁ ପାଠ କରି ଶପଥ ନେଇଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ ଅଜିତ କୁମାର ସୁନ୍ଦରରାୟଏବଂ ଓଡ଼ିଆ ବିଭାଗର ମୁଖ୍ୟ ଡ. ତପନ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବିଧାନର ଗୁରୁତ୍ଵ ପ୍ରତିପାଦନ କରିଥିଲେ । ବିଭାଗୀୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ ଓ ଅଧ୍ୟାପିକା ଶାନ୍ତିଲତା ସାହୁ ବିକଶିତ ଭାରତ ଗଠନରେ ସମ୍ବିଧାନର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ସାଧାରଣ ଜ୍ଞାନ, ଓଡ଼ିଆ, ଇଂରାଜୀ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଯଥା ପପୁନି ବାରିକ, ଲକ୍ଷ୍ମୀକୁମାରୀ ଖଟିକ୍, ତପସ୍ବିନୀରାୟ ଏବଂ ପ୍ରିୟଙ୍କା ଦାଶଙ୍କୁ ଅଧ୍ୟକ୍ଷ ଡ. କର ପୁରସ୍କୃତ କରିଥିଲେ । ସେମିନାର ସେକ୍ରେଟାରୀ ସତ୍ୟସନ୍ଧାନ ପରିଡ଼ା,ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହାଳ, ଅର୍ଚ୍ଚିତା ସିଂ, ଅଭୟ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଦୀପ୍‌ସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୧୧/୨୦୨୪----୮,୨୫ Sakhigopal News,26/11/2024

Blog Archive

Popular Posts