Breaking News

ପଲ୍ଲିଶ୍ରୀ ମେଳା ପଡିଆରେ ଅଳିଆ ଗଦା ହୋଇଛି ପ୍ରଶସନ ସଫେଇ କଲା ନାହିଁ

 


ସାକ୍ଷୀଗୋପାଳ,---ସାକ୍ଷୀଗୋପାଳରେ ପବିତ୍ର ଅଁଳାନବମୀ ଯାତ୍ରା ପରେ ପରେବଡଏକାଦଶୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିବା ସହ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାରେ ଭିଡ ପରିଲକ୍ଷିତ ହୋଇଥାଏ । ଅଁଳାନବମୀ ଦିନ ପଲ୍ଲିଶ୍ରୀ ମେଳାରେ ଗଦା ହୋଇଥିବା ଅଳିଆ ପ୍ରଶାସନ ଉଠାଇଲା ନାହିଁ । ଏବେ ପଡିଆରେ ସେହି ଗୁଡିକ ପଡି ରହିଛି । ଏପରିକି ପଲ୍ଲିଶ୍ରୀ ମେଳାକୁ ଲାଗି ରହିଥବା ଓଡିଆ ବିଶ୍ୱିଦ୍ୟାଳୟର ମୁଖ୍ୟ ଗେଟ ନିକଟରେ କୁଡ କୁଡ ଅଳିଆ ପଡିରହିଛି । ବଜାର ଠାରୁ ମନ୍ଦିର ଚତୁପାଶ୍ୱର୍ ସଫେଇ କରାଯାଇଛି । ମାତ୍ର ପଲ୍ଲିଶ୍ରୀ ମେଳା ଓ ମନ୍ଦିର ପଛ ପାଶ୍ୱର୍ ରାସ୍ତା ଉପରେ ଅଳିଆ ଅବଜନ୍ନା ପଡିରହିଛି । କାହାରି ନଜର ପଡୁନାହିଁ । ଜିଲ୍ଲା ପ୍ରଶାସନର ଅପରାଗତ ଏବେ ପଦାରେ ପଡିଥିବା ଜଣାପଡିଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୧/୨୦୨୪---୮,୧୦    Sakhigopal News, 11/11/2024


Blog Archive

Popular Posts