Breaking News

ଦୀର୍ଘଦିନର ଦାବୀ ପରେ ବଡନଦୀରେ ନିର୍ମାଣ ଚାଲିଛି ମନ୍ଦାର-ଠେଙ୍ଗାଧର ସେତୁ


ଭଞ୍ଜନଗର- ଦୂର ହେବାକୁ ଯାଉଛି, ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦୁଃଖ । ପୂରଣ ହେବ, ବର୍ଷ ବର୍ଷର ଆବଶ୍ୟକତା । ଉପକୃତ ହେବେ, ୧୦ ଖଣ୍ଡ ପଞ୍ଚାୟତ ବାସୀ । ବାଧକ ସାଜିଥିଲା, ବଡନଦୀ । ଏବେ ସେଠାରେ ଚାଲିଛି, ସ୍ଥାୟୀ ସେତୁ ନିର୍ମାଣ ।  ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ, ମନ୍ଦାର – ଠେଙ୍ଗାଧର ଗାଁ ବଡନଦୀରେ ନିର୍ମାଣ ଚାଲିଥିବା ସ୍ଥାୟୀ ସେତୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମୁହଁ ରେ ଖୁସି ଦେଖିବାକୁ ମିଳିଛି । ଗମନାଗମନ, ଆର୍ଥନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥାର ଉନ୍ନତି ହେବ । ଏଣିକି ଆଉ ପ୍ରତିବନ୍ଧକ ହୋଇ ଠିଆହେବ ନାହିଁ, ବଡନଦୀ । ବର୍ଷ ବର୍ଷ ଧରି ସମସ୍ୟା ଭିତରେ ସନ୍ତୁଳି ହେଉଥିବା ଦଶଖଣ୍ଡ ପଞ୍ଚାୟତର ହଜାର ହଜାର ଜନସାଧାରଣ ଉପକୃତ ହେବେ । ଗୋଟିଏ ପଟେ ଲୋହରାଖଣ୍ଡି ନଦୀ ଅନ୍ୟପଟେ ବଡନଦୀ । ଦୁଇନଦୀ ମଝିରେ ରହିଛି ଇଙ୍ଗିନାଠି ପଞ୍ଚାୟତର ୭ ଖଣ୍ଡ ଗାଁ । ଅଧିକାଂଶ ସମୟ, ବନ୍ୟାର ପ୍ରକୋପ ଦେଖିବାକୁ ମିଳେ ଏଠି । ନଦୀହିଡ ଭାଙ୍ଗିଯାଏ । ନଦୀରେ ବନ୍ୟାପାଣି ଆସିଲେ, ଅଞ୍ଚଳବାସୀଙ୍କ ନିଦ ହଜିଯାଏ । ସେହିଭଳି ବ୍ଳକ୍, ତହସିଲ, ଡାକ୍ତରଖାନା, ବଜାର ସଉଦା ପାଇଁ, ପାଖ ସହର ବେଲଗୁଣ୍ଠା ଉପରେ ନିର୍ଭର କରିଥିବାକୁ ପଡେ ।  ବର୍ଷା ଦିନ ଆସିଲେ,  ,  ନଦୀ ସମସ୍ୟା ହେତୁ, ଗମନାଗମନରେ ଅସୁବିଧା ହେଉଥିଲା । ୪ କିଲୋମିଟର ବଦଳରେ ୧୪ କିଲୋମିଟର ଦୂର ଯିବାକୁ ହେଉଥିଲା । କେବଳ ଇଙ୍ଗିନାଠି ପଞ୍ଚାୟତବାସୀ ନୁହନ୍ତି, ବେଲଗୁଣ୍ଠା ବ୍ଳକର ୧୦ ଟି ପଞ୍ଚାୟତର ଜନସାଧାରଣ ମଧ୍ୟ ପ୍ରଭାବିତ ହେଉଛନ୍ତି, ଏହି ବଡନଦୀ ଯୋଗୁଁ । ଅବଶ୍ୟ ଲୋହରାଖଣ୍ଡି ନଦୀ ଉପରେ ଗୋଟିଏ ସ୍ଥାୟୀ ସେତୁ ନିର୍ମାଣ ହୋଇ ସାରିଛି । କିନ୍ତୁ ବଡନଦୀ ରେ ସ୍ଥାୟୀ ସେତୁ ଟିଏ ନିର୍ମାଣ କରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବୀ କରି ଆସୁଥିଲେ ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ, ୧୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଗତ ୨୦୨୨ ନଭେମ୍ବର ମାସରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିର୍ମାଣ ଅବଧି ଚଳିତବର୍ଷ ନଭେମ୍ୱର ମାସ ରହିଛି । ଏହି ସେତୁ ଦ୍ବାରା ବେଲଗୁଣ୍ଠା ବ୍ଳକରୁ ପ୍ରମୁଖ ଅଞ୍ଚଳ କୁହାଯାଉଥିବା ମନ୍ଦାର, ନେଟଙ୍ଗା, ରତ୍ନପୁର, କଇଠପଲ୍ଲୀ, ଷଢଙ୍ଗୀପଲ୍ଲୀ, ଗୋବରା, ବିଞ୍ଚଣା, ବିରିପୁର, କ୍ଷତ୍ରିୟବରପୁର ଓ ଗାଙ୍ଗପୁର ପ୍ରଭୃତି ଗାଁ ଓ ଅଧିକାଂଶ ପଞ୍ଚାୟତର ପ୍ରାୟ ୨୧ ହଜାର ଜନସାଧାରଣ ଉପକୃତ ହେବେ । ଏଣୁ ଏହି ସେତୁ ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ଶେଷ କରିବାକୁ, ସ୍ଥାନୀୟ ଅଞ୍ଚଳବାସୀ ଚାହିଁ ରହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୧/୧୧/୨୦୨୪୭------୮,୫୦ Sakhigopal News ,11/11/2024

Blog Archive

Popular Posts