Breaking News

ସରସ୍ବତୀ ଶିଶୁ ବିଦ୍ୟା ଭବନ ଠାରେ ୧୦୮ କୁଣ୍ଡିୟ ବୈଦିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ



ଭଞ୍ଜନଗର--ସରସ୍ଵତି ଶିଶୁ ବିଦ୍ୟା ଭବନ ଠାରେ ୧୦୮ କୁଣ୍ଡିୟ ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ ରେ ୧୦୮ ପରିବାର ସଦସ୍ୟମାନେ ଉପସ୍ଥିତ ରହି ଯଜ୍ଞ କୁଣ୍ଡରେ ମନ୍ତ୍ର ଉଚ୍ଚାରଣ ସହ ଆହୁତି ପ୍ରଦାନ କରିଥିଲେ।ଏହି ଘୃତ ଯଜ୍ଞ କୁ ହରିପୁର ଗୁରୁକୂଳ ର ଆଚାର୍ଯ୍ୟ ମାନେ ବେଦମନ୍ତ୍ର ପାଠ କରି ସୁଚାର ରୂପେ ପରିଚାଳିତ କରିଥିଲେ। ଡ.ସୁଦର୍ଶନ ଦେବ ଙ୍କ ତତ୍ୱାବ୍ୟବଧାନରେ ଯଜ୍ଞ କାର୍ଯ୍ୟ ପରିଚାଳିତ ହୋଇଥିଲା।ଏଥିରେ ଆଚାର୍ଯ୍ୟ ଶ୍ରୁତି ପ୍ରୀୟ ଓ ଶିବାନନ୍ଦ ମହାରାଜ ସହୋଯୋଗ  କରିଥିଲେ।ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଶହସ୍ର ଲୋକ ଅର୍ନ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସରସ୍ଵତୀ ଶିଶୁ ବିଦ୍ୟା ଭବନ ର ଗୁରୁଜୀ ଗୁରୁମା ଏଵଂ ଅଭିଭାବକ ମାନେ ମଧ୍ୟ ସହଯୋଗ କରିଥିଲେ। ଏହି ଯଜ୍ଞ କୁ ସରସ୍ଵତୀ ଶିଶୁ ବିଦ୍ୟା ଭବନ ର ପ୍ରତିଷ୍ଠାତା ଶ୍ରୀ ସୂର୍ଯୟନାରାୟଣ ପାତ୍ର,ସମାଜ ସେବୀ ଅବସର ପ୍ରାପ୍ତ ବନ କର୍ମଚାରୀ ଶ୍ରୀ ଶୁଳପାଣି ଶତପଥୀ ଓ ଭି ଦେବିପ୍ରସାଦ ପାତ୍ର ଙ୍କ ସହୋଯୋଗ କର୍ମେ ସୁଚାର ରୂପେ ପରିଚାଳିତ ହୋଇ ଥିଲା। ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ର କାର୍ଯ୍ଯ କର୍ତ୍ତା ମୂରଲୀଧର ପଣ୍ଡା,ବଟକୃଷ୍ଣ ପଣ୍ଡା ଓ ସୁଧୀର କୁମାର ନାୟକ ଉପସ୍ଥିତ ରହି ମାଗଦର୍ଶନ କରିଥିଲେ।ବିଦ୍ୟା ଭବନ ପରିସର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସହ ବେଲଗୁଣ୍ଠା ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହ ହିନ୍ଦୁ ଧର୍ମ ର ବ୍ୟାପକ ପ୍ରଚାର ପ୍ରସାର ଓ ଭାରତୀୟ ସନାତନ ବାର୍ତ୍ତା କୁ ଲୋକ ଲୋଚନ ରେ ପହଞ୍ଚେଇ ପାରିଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୪----୯,୪୫ Sakhigopal News,12/11/2024

Blog Archive

Popular Posts