୨୧ ଦିନ ଭିତରେ ସରିବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିର୍ମାଣ ,ସରିଲା ଦାରୁ ଚିହ୍ନଟ ଓ ସ୍ଥାନାନ୍ତର ପ୍ରକ୍ରିୟା
ଜଟଣୀ :ସରିଲା ଦାରୁ ଚିହ୍ନଟ ଓ ସ୍ଥାନାନ୍ତର ପ୍ରକ୍ରିୟା |୨୧ ଦିନ ଭିତରେ ସରିବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିର୍ମାଣ କାର୍ଯ୍ୟ |ଐତିହାସିକ ଲବଣଗିରି ପାହାଡ଼ ଉପରେ ନିର୍ମାଣ ହେଉଛି କୋଟି ଓଡ଼ିଆର ମଉଡମଣୀ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର |ଦାରୁ ଚିହ୍ନଟ ସହ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି |ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ବରକୁଦା ଏବଂ ପାଞ୍ଚଗାଁ ଠାରେ ଲବଣଗିରି ପାହାଡ଼ ଉପରେ ରହିଛି ଏହି ଜଗନ୍ନାଥ ମନ୍ଦିର |ପୁରୀ ବଡଦେଉଳ ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ପାଞ୍ଚଗାଁ ଶୁକଦେବ ସ୍ୱାଇଁଙ୍କ ବାଡିରୁ ବଳଭଦ୍ର ଏବଂ ଜଗନ୍ନାଥଙ୍କ ଦାରୁ କାଠ ସଂଗ୍ରହ କରାଯାଇଥିବା ବେଳେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରୁ ସୁଭଦ୍ରା ଏବଂ ସୁଦର୍ଶନଙ୍କ ଦାରୁ ଚିହ୍ନଟ କରାଯାଇଛି | ପ୍ରଭୁଙ୍କ ଆଶୀର୍ବାଦ ହେଲେ ୨୧ ଦିନ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ବିଶିଷ୍ଟ କାରିଗର ଚିନ୍ତାମଣି ମହାରଣା ପ୍ରକାଶ କରିଛନ୍ତି |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୧/୨୦୨୪----୧୦,୨୦ Sakhigopal News,12/11/2024
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୧/୨୦୨୪----୧୦,୨୦ Sakhigopal News,12/11/2024