Breaking News

ବେଆଇନ ଗୁଟଖା ବିକ୍ରୟ ଅଭିଯୋଗ ରେ ବାରଜଣ ଫାଇନି ଭରିଲେ


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ଥାନା ର ଥୁଆପାଲି, ଝରାପାଲି ମାର୍କେଟ ଓ ବିଭିନ୍ନ ଅଞ୍ଚଳରେ ଭେଡେନ ଥାନା ପୋଲିସ, ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସର୍ବ ସାଧାରଣ ସ୍ଥାନଗୁଡ଼ିକୁ ରେ COTPA (ତମାଖୁ ନିୟନ୍ତ୍ରଣ) ନିୟମ ଭଙ୍ଗ କରି ତମାଖୁ ବିକ୍ରି କରୁଥିବା ଅଭିଯୋଗରେ ୧୨ଜଣଙ୍କ ଠାରୁ ୨୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଜନସାଧାରଣ ଙ୍କୁ ଖାଦ୍ୟ ରେ ରଂଗ ବ୍ଯବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଓ ତମାଖୁ ସେବନ ସ୍ୱାସ୍ଥ୍ୟ କ୍ଷତିକାରକ ବୋଲି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ମିଳିତ କାର୍ଯ୍ୟକାରୀ ସ୍କାର୍ଡ ରେ ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ , ବରଗଡ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ଵର ନାୟକ,ଜିଲ୍ଲା ପରମର୍ଶଦାତା ସିତେଶ ତ୍ରିପାଠୀ, ଅବକାରୀ ବିଭାଗ ର ଇ/ସି ପ୍ରଦୀପ ସାହୁ ଓ ସୁକାନ୍ତ ବଢେଇ ଏବଂ ଭେଡେନ ପୋଲିସ ଉପସ୍ଥିତଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୧/୨୦୨୪----୮,୨୫ Sakhigopal News,22/11/2024

Blog Archive

Popular Posts