ଜଟଣୀ ପୌରପରିଷଦରେ ମହା ଦୁର୍ନୀତି ଏବେ ସାମ୍ନାକୁ ଆସିଛି, କାନ୍ଥରେ ଚିତ୍ର କରି ୬୪ ଲକ୍ଷ ଲୁଟ
ଜଟଣୀ :--ଜଟଣୀ ପୌରପରିଷଦ କାର୍ଯ୍ୟାଳୟଏକ ଦୁର୍ନୀତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ l ପ୍ରତ୍ୟକ ଉନ୍ନତିମୂଳକ କାର୍ଯ୍ୟରେ ମିଛ ବିଲ୍ ମାଧ୍ୟମରେ ହରିଲୁଟ କରିବାରେ ଜଟଣୀ ପୌରପରିଷଦ ମାହିର l ଭୁତଳ ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି, ରାସ୍ତାରେ ଫେବର ବ୍ଲକ ପକାଇବା, ଖୋଲା ବ୍ୟାୟା୍ମଶାଳା, ପାର୍କ ପରି ଅନେକ କାର୍ଯ୍ୟରେ ଠିକାଦାର, ସ୍ୱାୟଂସହାୟକ ଗୋଷ୍ଠୀ, ମିଶନ ଶକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ତଥ୍ୟ ପ୍ରକାଶ ପାଇଛି l ଏପରି ସ୍ଥଳେ ପୌରପରିଷଦ ସହରର ସୌନ୍ଦର୍ଯ୍ୟ କରଣ ନାମରେ ଜଟଣୀର ବିଭିନ୍ନ ୱାର୍ଡରେ ସରକାରୀ କାନ୍ଥରେ ଚିତ୍ର (ୱାଲ ପେଣ୍ଟିଙ୍ଗ) କରି ୬୪ ଲକ୍ଷ ଟଙ୍କା ଯାଜପୁର ଅଂଚଳର ଜଣେ ଠିକାଦାରକୁ ପ୍ରଯ୍ୟାୟ କ୍ରମେ ଏହି ଅର୍ଥ ପ୍ରଦାନ କରାଯାଇଛି l ଏହି ଅର୍ଥ ପ୍ରଦାନ କରାଯାଇଅଛି ସଂକ୍ଷିପ୍ତ କ୍ଵାଟେସନ ମାଧ୍ୟମରେ l ଯାହାକି ଏହାର ଖୋଲା ଖୋଲି ଉଲ୍ଲଙ୍ଘନ କରିଛି ଜଟଣି ପୌରପରିଷଦ l ନିୟମ ଅନୁଯାଇ ୨ ଲକ୍ଷ ଟଙ୍କାର ର ଉର୍ଦ୍ଧ ମୂଲ୍ୟର କାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ମାଧ୍ୟମରେ ହେବା କଥା l କିନ୍ତୁ ଏହାକୁ ସଂକ୍ଷିପ୍ତ ଟେଣ୍ଡର ଦର୍ଶାଇ ୬୪ ଲକ୍ଷ ଟଙ୍କାର କାର୍ଯ୍ୟକୁ କିପରି ଏକ ଘରୋଇ ଠିକା ସଂସ୍ଥାକୁ ମୂଲ୍ୟ ପ୍ରଦାନ କରାଯାଇଛି ତାହା ଏବେ ଆଲୋଚନା ର ବିଷୟ ହୋଇଛି l ଏହା ସମ୍ପୂର୍ଣ ତଦନ୍ତ ସାପକ୍ଷ l ବିଗତ ଦିନରେ ଜଟଣୀ ପୌରପରିଷଦର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି କାର୍ଯ୍ୟରତ ଥିବା ବେଳେ ଅର୍ଥାତ ୩ ବର୍ଷ ମାଧ୍ୟମରେ ଜଟଣୀର ମାନଚିତ୍ର ବଦଳାଇ ଦେଇଥିଲେ l ଯାହାକି ତାଙ୍କ ଅମଳରେ ହୋଇଥିବା କାନ୍ଥରେ ଚିତ୍ରର ଫୋଟ ଉଠାଇ ପୁନର୍ବାର ତାରି ଉପରେ ମିଛ ବିଲ୍ କରି ଟଙ୍କା ଲୁଟ କରିଥିବା ନଜରକୁ ଆସିଛି ବୋଲି ଶୁଣିବାକୁ ମିଳୁଛି l ବର୍ତ୍ତମାନର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପଟ୍ଟଯୋଶୀ, ପୌରଯନ୍ତ୍ରୀ ଅନୁରାଧା ପ୍ରଦାନ, ଅତିରିକ୍ତ ପୌରଯନ୍ତ୍ରୀ ଦୀପକ କୁମାର ରଥ ଏବଂ ନଗରପାଳ ଅନନ୍ତ ବେହେରା ମିଳିତ ଭାବେ ଜଟଣୀ ପୌରପରିଷଦକୁ ଲୁଟି ଚାଲିଛନ୍ତି ବୋଲି ଜଟଣୀର ବୁଦ୍ଧିଜୀବୀ ମାନେ କହନ୍ତି lଏ ସମ୍ପର୍କରେ ମତାମତ ନେବା ସମ୍ଭବପର ହୋଇପାରିନାହିଁ । ଅନେକ ମିଛ ବିଲ୍ ଯାହାକି ଅଳ୍ପ ମୂଲ୍ୟର ବିଲ୍ ଉପରେ ଦଶଗୁଣା ମୂଲ୍ୟର ବିଲ୍ କରିନେବା ଏହା ଜଟଣୀ ନାଗରିକ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଭିଜିଲାନ୍ସ ପକ୍ଷରୁ ଏହି ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୁର୍ନତି ଖୋର ଅଫିସର ଏବଂ ନେତା ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବୁଦ୍ଧି ଜିବୀଙ୍କ ଦାବି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୧/୨୦୨୪----୭,୪୦ Sakhigopal News,25/11/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୧/୨୦୨୪----୭,୪୦ Sakhigopal News,25/11/2024