Breaking News

ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ଓ ନୃତ୍ୟସଙ୍ଗୀତର ତାଳେ ତାଳେ ଝୁମିବେ କଳାପ୍ରେମି ଦର୍ଶକ



କୋଣାର୍କ  -  ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ପାଦଦେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୂମ୍ଭ ଆସନ୍ତା ଡିସେମ୍ବ ୧ରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କର ମୁକ୍ତାକାଶ ରଙ୍ଗ ମଞ୍ଚରେ ଅନୁଷ୍ଠିତ ହେବ । ଶାତ୍ସୀୟ ନୃତ୍ୟ ଓ ସଙ୍ଗୀତର ଅପରୁପ ମହାମିଳନର ଅପେକ୍ଷାରେ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ।  ଏଥି  ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଉତ୍ସବର ଅବ୍ୟବେହିତ ପୂର୍ବରୁ  ମୁକ୍ତାକାଶ ରଙ୍ଗମଞ୍ଚ ସମେତ ସମଗ୍ର କୋଣାର୍କ ଓ ଚନ୍ଦ୍ରଭାଗା ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସିବା ଆରମ୍ଭ ହୋଇଛି । । ନୃତ୍ୟଶିଳ୍ପୀଙ୍କ ନୂପୁର ରୁଣୁଝୁଣ ଶବ୍ଦର ଓ ସଙ୍ଗୀତର ସୁରତାଳକୁ  ଅପେକ୍ଷା କରିଛି ଏହି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୁକ୍ତାକାରଙ୍ଗମଞ୍ଚ । ୩୪ବର୍ଷ ମଧ୍ୟରେ ଏହି ମୁକ୍ତାକାଶ ରଙ୍ଗମରେ ଦେଶ ବିଦେଶର ୩୩୦ଜଣ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ୨୦୧୧ ମସିହା ଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳା ଭୂମିରେ ଆରମ୍ଭ ହୋଇଥିବା ବାଲୁକା କଳା ପ୍ରଦର୍ଶନୀ ବେଶ ଲୋକପ୍ରିୟତା ହାଶଲ କରିଛି । ଚଳିତ ବର୍ଷ ଆୟୋଜିତ ହେଉଥିବା ୧୪ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଦେଶ ବିଦେଶର ବାଲୁକା ଶିଳ୍ପୀମାନେ ନିଜ ନିଜର ଷ୍ଟଲରେ ବାଲିରେ ପ୍ରସ୍ତୁତ କରିବେ କାଳାକୃତି ।  ଉତ୍ସବର ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ଉତ୍ମକ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପରିବେଷଣ କରାଯିବ ଓଡ଼ିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦୀଲ୍ଲିର ନୃତ୍ୟଶିଳ୍ପୀ ଗୁରୁ ମିତାଲି ଶ୍ୟାମ ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ କଥକ ନୃତ୍ୟ । ସେହିପରି  ଉତ୍ସବର  ଦ୍ୱିତୟ ଦିବସର ପ୍ରଥମ ପର୍ଯ୍ୟାୟରେ କୋଲକତାର ପ୍ରିତି ପଟଲେ ଓ ସାଥିଙ୍କ ପକ୍ଷରୁ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ମଣିପୁରୀ ନୃତ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତାର ଆଲୋକ କାନୁନଗୋ ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ଓଡିଶୀ ନୃତ୍ୟ । ସେହିପରି ଉତ୍ସବର ତୃତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ କୋଲକତାର କୋଲକତା ଅର୍ଣ୍ଣନ ବନ୍ଦୋପାଧ୍ୟାୟ ଓ ସାଥିଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ ଓ ଦ୍ୱିତୀୟ ପର୍ଯ୍ୟାୟରେ ୟୁଏସଏର ଡ଼. ଶୁନ୍ଦର ନାୟର ଓ ସାଥିଙ୍କ ପକ୍ଷରୁ ପରିବେଷଣ କରାଯିବ ମୋହିନୀଆଟମ୍ ନୃତ୍ୟ । ସେହିପରି ଉତ୍ସବର ଚତୁର୍ଥ ଦିବସର ପ୍ରଥମ ପର୍ଯ୍ୟାୟରେ ହାଇଦ୍ରବାଦର ଦୀପିକା ରେଡି ଓ ସାଥିଙ୍କ ପକ୍ଷରୁ ପରିବେଷଣ କରାଯିବ କୁଚିପୁଡି ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରର ରୁର୍ଦାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ର ସ୍ୱାଇଁ ଓ  ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ଉତ୍ସବର ଶେଷ ସନ୍ଧ୍ୟା ଅର୍ଥାତ ଡିସେମ୍ବର ୫ ତାରିଖର ପ୍ରଥମ ପର୍ଯ୍ୟାୟରେ କୋଲକତାର ଦିକ୍ଷା ମଞ୍ଜରୀ ଅନୁଷ୍ଠାନର ଡୋନା ଗାଙ୍ଗୁଲି ଓ ସାଥୀ ନୃତ୍ୟ ଶିଳ୍ପୀଙ୍କ ପକ୍ଷରୁ ପରିବେଷଣ କରାଯିବ ଓଡିଶୀ ନୃତ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ନିୟୁ ଦୀଲ୍ଲିର ଗୀତା ଚନ୍ଦ୍ର ଓ ସାଥୀ ନୃତ୍ୟଶିଳ୍ପୀମାନେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିବେ । ଏହି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ୬ ପ୍ରକାର ନୃତ୍ୟ ଯଥା ଓଡିଶୀ, କଥକ, ମଣିପୁରୀ, ମୋହିନିଆଟ୍ଟମ, କୁଚିପୁଡି ଓ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜର ଓ ସିଜିନ ଟିକେଟର ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି । ଏହି ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ସାଇକ୍ଲୋଥନ, କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ଗଣ ଦୌଡ, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମୀ ପଦଯାତ୍ରା ଓ ପୁସ୍ତକ ମେଳା କମିଟି ପକ୍ଷରୁ ପୁସ୍ତକ ମେଳା, ରାଜୀବ ଗାନ୍ଧୀ ସୋସିଆଲ ୱୟଲଫର ଅର୍ଗାନାଇଜେସନ ପକ୍ଷରୁ ଚିତ୍ରକଳା ଶିବିର ଅନୁଷ୍ଠିତ ହେବ ।  ବାଲୁକାଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋଣାର୍କରୁ ଅଜିତ ମଲିକଙ୍କ ରିର୍ପୋଟ, ୨୭/୧୧/୨୦୨୪---୭,୨୫   Sakhigopal News, 27/11/2024

Blog Archive

Popular Posts