ବିଶ୍ଵଶାନ୍ତି ଯଜ୍ଞ ପାଇଁ ୧୦୦୮ କଳସ ଯାତ୍ରା
ଭଂଜନଗର - ୨୧ କୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ପାଇଁ, ୧୦୦୮ ଜଣ ମହିଳା କଳସ ଯାତ୍ରା । ୫ ଦିନ ଧରି ଆୟୋଜିତ ହେବାକୁଥିବା ଯଜ୍ଞୋତ୍ସବ ପାଇଁ, ନିକଟସ୍ଥ ଲୋହରାଖଣ୍ଡି ନଦୀରୁ ୧୦୦୮ କଳସରେ ଜଳ ଧରି ବିରାଟ କଳସ ଶୋଭାଯାତ୍ରାରେ ବାହାରିଥିଲା । ଭଂଜନଗର ସହର ପରିକ୍ରମା କରିବା ପରେ, ନିକଟସ୍ଥ କୃଷକ ବଜାର ଠାରେ ଆୟୋଜିତ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା କଳସଯାତ୍ରା । ବ୍ରାହ୍ମଣ ପୁରୋହିତଙ୍କ ମନ୍ତ୍ରପାଠ ମଧ୍ୟରେ, କଳସ ସ୍ଥାପନ ହୋଇଥିଲା । ଏହି କାର୍ଯ୍ୟକ୍ରମର ଦେଶର ବିଭିନ୍ନ ସ୍ଥାନରୁ, ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ସାଧୁସନ୍ଥ ଯୋଗ ଦେଇଛନ୍ତି । ବିଭିନ୍ନ ଦିନରେ ନାମଯଜ୍ଞ, ଘୃତଯଜ୍ଞ, ଜ୍ଞାନଯଜ୍ଞ, ଗୋ-ଯଜ୍ଞ, ଏବଂ ଅନ୍ନ-ଯଜ୍ଞର ଆୟୋଜନ ହେବାକୁ ଥିବାବେଳେ, ପ୍ରତିଦିନ ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେବାର ବ୍ୟବସ୍ଥା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ, ଯଜ୍ଞ ଆୟୋଜନ କମିଟିର ମୁଖ୍ୟ ତଥା ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ବାବଧାନରେ ଆୟୋଜିତ ହେଉଥିବା ବେଳେ, ସମସ୍ତ ସହରବାସୀ ଏବଂ ବିଭିନ୍ନ ପଞ୍ଚାୟତର ଉତ୍ସାହୀ ବ୍ୟକ୍ତି ମାନେ ସହଯୋଗ କରୁଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪---୮,୩୫ Sakhigopal News,22/11/2024