>>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • ଲୋକଙ୍କ ଚିନ୍ତା ମାଣିଆଚ୍ଛକ "ଡମ୍ପିଂୟାର୍ଡ଼' ,,; ଜଟଣୀ ଦିଲ୍ଲୀ ଅବସ୍ଥା ଆଡକୁ ଗତି



    ଜଟଣୀ :-- ସ୍ଥାନୀୟ ବାସୀଙ୍କୁ ଅଡୁଆ କଲାଣି ମାଣିଆଚ୍ଛକ  ସ୍ଥିତ ଡମ୍ପିଂୟାର୍ଡ଼ l ଲୋକକଲୋନୀ ମାଣିଆଚ୍ଛକ  ନିକଟରେ ଥିବା ଅଳିଆ ଗଦା ଯୋଗୁଁ ସ୍ଥାନୀୟ ବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି l ଡମ୍ପିଂୟାର୍ଡ଼ଟି ଗତ ଦୁଇ ବର୍ଷ ହେବ ଏକ ପ୍ରମ୍ମୁଖ ପ୍ରଦୂଷଣ କାରଣ ପାଲଟିଛି l ଏହି ଡମ୍ପିଂୟାର୍ଡ଼ ଟି ଏକ ଏକର ପରିମିତ ଅଂଚଳରେ ଅବସ୍ଥିତ l ଦୁଃଖର ବିଷୟ ଏହି ଡମ୍ପିଂୟାର୍ଡ଼ ଟି ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ ମଣ୍ଡଳର l ପ୍ରତ୍ୟକ ଦିନ ଠିକାଦାର ଟ୍ରାକ୍ଟର ମାଧ୍ୟମରେ ରେଲୱେ କଲୋନୀର କୁଢ଼ କୁଢ଼ ଅଳିଆ ଆଣି ଏଠାରେ ଗଦା କରେ l ଫଳରେ ଅଳିଆ ଗଦା ହେବା ସହ ଦୁର୍ଗନ୍ଧ ସ୍ଥାନୀୟ ବାସୀଙ୍କ ପାଇଁ ଅସହ୍ୟ ହୋଇ ପଡିଛି l ରେଳବାଇ ସଂସ୍ଥା ଏକ କେନ୍ଦ୍ରୀୟ ସଂସ୍ଥା ହୋଇଥିଲେ ମଧ୍ୟ ବର୍ଜ୍ୟବସ୍ତୁରୁ ଜୈବ୍ୟ ସାର ପ୍ରସ୍ତୁତ ପ୍ଲାଣ୍ଟ ନାହିଁ l ରେଲୱେ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ସମ୍ପୂର୍ଣ କୋମାରେ l ପରିମଳ ବ୍ୟବସ୍ଥାକୁ ଘରୋଇ କରଣ କରି ନିଘୋଡ଼ ନିଦ୍ରାରେ ରେଲୱେ ସ୍ୱାସ୍ଥ୍ୟ ବିଭାଗ l ଠିକାଦାର ତାର ମନମୁଖୀ ବଳରେ କୁଢ଼ କୁଢ଼ ଅଳିଆ ଗଦାଇ ପରିବେଶ ପ୍ରଦୂଷଣ ନିୟମକୁ ବେଖାତିରି କରି ଡମ୍ପିଂୟାର୍ଡ଼ ରେ ନିଆଁ ଲଗାଇବା ଫଳରେ ସେଥିରୁ ବାହାରୁଥିବା ଧୂଆଁ ସ୍ଥାନୀୟ ଜନସାଧାରଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି l ସ୍ଥାନୀୟ ଲୋକଙ୍କ ଶ୍ୱାସକ୍ରିୟା ଓ ଅନ୍ୟାନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି l ଓଦା ଅଳିଆକୁ ପକାଇବା ଫଳରେ ଏଥିରୁ ଦୁର୍ଗନ୍ଧ ବାହାରି ଲୋକଙ୍କୁ ଅସହ୍ୟ କରିପକାଉଛି  l ରେଲୱେ ସ୍ୱାସ୍ଥ୍ୟ ବିଭାଗର ଦାଇତ୍ୱ ହୀନତା କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା କରିବା ସହ ସ୍ଥାନୀୟ ବାସୀଙ୍କ ହିତ ଦୃଷ୍ଟିରୁ ଡମ୍ପିଂୟାର୍ଡ଼ କୁ ଅଧିକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି l ଅନ୍ୟ ପକ୍ଷରେ ଜଟଣୀ କ'ଣ ଦିଲ୍ଲୀ ଅବସ୍ଥା ହେବ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୧/୧୧/୨୦୨୪----୮,୪୫  Sakhigopal News 21/11/2024

    Blog Archive

    Popular Posts