ଭଞ୍ଜନଗର ଡିଏଭି ସ୍ମୁଲରେ ସାହିତ୍ୟ ସମ୍ମିଳନୀ
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ମଧ୍ୟରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ସାତ୍ୟକି ସାହୁ, ଓଡ଼ିଆ ସାହିତ୍ୟ ବିଶାରଦ ଓ ଲେଖକ ଡ.ସୁରେଶ ଚନ୍ଦ୍ର ପଣ୍ଡା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ଅଧ୍ୟାପକ ଶ୍ରୀ ରାଜେଶ କୁମାର ସାହୁ ,ରାଜ ଯୋଗିନୀ ବ୍ରହ୍ମା କୁମାରୀ ଆଶ୍ରମରୁ ସନ୍ତୋଷିନୀ ଭଉଣୀ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମୁଖ୍ୟ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସମସ୍ତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆରମ୍ଭ କରାଯାଇଥିଲା। ଇଂରାଜୀ ବିଭାଗର ଶିକ୍ଷୟିତ୍ରୀ ଶ୍ରୀମତୀ ମମୀତା ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟ ସମ୍ମିଳନୀ ମାଧ୍ୟମରେ ବିତର୍କ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଓଡ଼ିଆ ଶିକ୍ଷୟିତ୍ରୀ ମୀରା ରାଣୀ ପାଣିଗ୍ରାହୀ ତ୍ରିବିଭାଗର ସମନ୍ୱୟ ପ୍ରତିଷ୍ଠା କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରାଯାଇଥିଲା ।ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଇଂରାଜୀ ବିଭାଗର ତରଫରୁ ଶିକ୍ଷୟତ୍ରୀ ଶ୍ରୀମତୀ ଜି, ସ୍ନିଗ୍ଧା ରାଣୀ ,ହିନ୍ଦୀ ବିଭାଗ ତରଫରୁ ଶ୍ରୀ ଗୋପାଳ କୃଷ୍ଣ ଗୌଡ଼ , ଓଡ଼ିଆ ବିଭାଗ ତରଫରୁ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ହିନ୍ଦୀ ବିଭାଗର ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪----୭,୨୫ Sakhigopal News,22/11/2024