ଭଞ୍ଜନଗର କେବିକେ ର ୩୩ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
ଭଞ୍ଜନଗର,- ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ର ୩୩ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆଜି ଅନଷ୍ଠିତ ହୋଇଯାଇଛି। ପରିବର୍ତ୍ତିତ ଜଳବାୟୁକୁ ଦେଖି ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ କୃଷି ଉତ୍ପାଦନ ବଢିବ ବୋଲି ବୈଠକରେ ଯୋଗ ଦେଇ ବକ୍ତା ମାନେ ତାହା କହିଥିଲେ। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସୁତନୁ କୁମାର ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ଓ ୟୁ ଏ ଟି ଯୁଗ୍ମ ନିର୍ଦ୍ଦେଶକ ସମ୍ପ୍ରସାରଣ
ପ୍ରଶାନ୍ତ କୁମାର ମହାନ୍ତି ସଭାକୁ ସଂଯୋଜନା କରିଥିଲେ।ସଂପ୍ରସାରଣ ନିର୍ଦ୍ଦେଶାଳୟ ର ଅଧକ୍ଷ ପ୍ରସନ୍ନ ଜିତ୍ ମିଶ୍ର ଅନଲାଇନ୍ ମାଧ୍ୟମରେ ସଭାରେ ଅଧ୍ୟକ୍ଷତା କରିଥିଲେ।
କୋଲକାତା ଅଟାରୀ ର ବୈଜ୍ଞାନିକ ଡ ପାର୍ଥ ପ୍ରତିମ୍ ପାଲ ,ଡ ନାରାୟଣ ବାର, ଜିଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଭଞ୍ଜନଗର କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, କନ୍ଧମାଳ ଆଞ୍ଚଳିକ ଗବେଷଣା କେନ୍ଦ୍ରର ମୁଖ୍ୟ ଜ୍ଞାନ ଲୋକ ଦାସ, ବ୍ରହ୍ମପୁର ଡାଲି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରଶାନ୍ତ କୁମାରପଣ୍ଡା,ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର କନ୍ଧ ଜେନା, ଆସିକା କୃଷି ଜିଲା ଅଧିକାରୀ ପ୍ରମୋଦ କୁମାର ମହାପାତ୍ର, ବ୍ରହ୍ମପୁର କେ ବି କେ ମୁଖ୍ୟ ଡ ସୁଜିତ୍ କୁମାର ନାଥ, ବୈଜ୍ଞାନିକ ଡଃ ସନ୍ତୋଷ କୁମାର ସାମନ୍ତରାୟ, ଡ ସିଦ୍ଧାର୍ଥ ରଣ ବିଜୁଳି, ଅନିତା ପାତ୍ର , ପ୍ରାଚୀ ପଟ୍ଟନାୟକ
ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୪----୮,୫୫ Sakhigopal News,13/11/2024