Breaking News

ଲରମ୍ଭା କଲେଜରେ ଇତିହାସ ବିଭାଗର ପାଠଚକ୍ର ଅନୁଷ୍ଠିତ



 ବରଗଡ଼ --- ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜରେ ଇତିହାସ ବିଭାର ଏକ ସ୍ବତନ୍ତ୍ର ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ଭାବରେ ପାର୍ବତୀଗିରି ମହାବିଦ୍ୟାଳୟ, ମହୁଲପାଲି ,ଫୁଲଝରନର ବରିଷ୍ଠ ଅଧ୍ୟାପକ ଡଃ ସରୋଜ କୁମାର ପଣ୍ଡା ଓ ସେବାନିବୃତ ଅଧ୍ୟକ୍ଷ ସୂରଜମଲ କଲେଜ ରମ୍ପେଲା, ରେଙ୍ଗାଲିର ଶ୍ରୀ  ସୁଜିତ କୁମାର ସେନ ଯୋଗ ଦେଇଥିଲେ। ଆୟୋଜିତ ପାଠଚକ୍ରରେ ବିଭାଗମୁଖ୍ଯ ଡଃ ଅନ୍ତର୍ଯ୍ୟାମୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ସିଦ୍ଧେଶ୍ବର ପ୍ରଧାନ ପାଠଚକ୍ର ପରିଚାଳନା କରିଥିଲେ । ଏଥିରେ ଛାତ୍ରୀ ସୁନୀତା ହୋତା, ପ୍ରିୟା ସାହାନୀ, ଛାତ୍ର ଆର୍ୟ୍ୟନ ସାହୁ,ଅମିତ ସିଂ ନିଜନିଜର ପ୍ରବନ୍ଧ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ରୁଚିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ଯାଳୟର ଅଧ୍ୟାପକ ମନୋରଂଜନ ତ୍ରିପାଠୀ , ପ୍ରଦୀପ କୁମାର ପଣ୍ଡା, ପବିତ୍ର କୁମାର ମାହାଣା, ଅଧ୍ୟାପିକା ବୀଣା ମେହେର, ଯଶୋବନ୍ତୀ ସା ସମେତ ସମସ୍ତ କର୍ମଚାରୀ ଓ ବିଭାଗର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧୧/୨୦୨୪----୭,୨୫ Sakhigopal News,24/11/2024

Blog Archive

Popular Posts