Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ




ଜଟଣୀ :-ସ୍ଥାନୀୟ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି ଉତ୍ସବ  ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି ଯୋଗ ଦେଇ କ୍ରୀଡାର ମହତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ l ଧ୍ୱଜା ରୋହଣ ହେବାପରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ଅଭିବାଦନ ସଂଚାଳନ କରାଯାଇଥଲା l ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସ୍ଥାନୀୟ ଉତ୍ତରାଣୀ ମନ୍ଦିରରୁ କ୍ରୀଡା ଜ୍ୟୋତି ଅଣାଯାଇ ସ୍ଥାପିତ କରାଯାଇଥିଲା l ପରିଚାଳନା ସମିତିର ସଭାପତି ସରୋଜ ବାଳିଆଳ ସିଂହ ଉପସ୍ଥିତ ରହି କ୍ରୀଡା ଶୁଭାରମ୍ଭ କରିଥିଲେ l ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ଦୁଇଟି ପର୍ଯାୟରେ ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡାରେ ଶିଶୁ ବାଟିକା ବିଭାଗର ୧୫୩ ଜଣ, କନିଷ୍ଠ ବର୍ଗର ୧୦୯ ଜଣ, ଶିଶୁ ବର୍ଗର ୨୭୪ ଜଣ,  ବାଲ ବର୍ଗର ୧୯୦ ଜଣ, କିଶୋର ବର୍ଗର ୧୦୨ ଜଣ, ଛାତ୍ରଛାତ୍ରୀ ବର୍ଗର ୮୨୮ ଜଣ ପ୍ରତିଯୋଗୀ କ୍ରୀଡାରେ ଅଂଶଗ୍ରହଣ କରିଥିଲେ l ୩୫୮ ଜଣ ଶିଶୁ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ l ଶ୍ରେଷ୍ଠ କ୍ରୀଡା ପ୍ରତିଯୋଗୀ ଭାବେ ଶିଶୁ ବର୍ଗର ଅମିତ କୁମାର ସାହୁ ଏବଂ ଲିପ୍ସା ରାଣୀ ସାହୁ, ବାଲ ବର୍ଗର ସତ୍ୟଜିତ ମୁଦୁଲି ଏବଂ ସିପ୍ରା ଶ୍ୱେତପଦ୍ମା ନାୟକ, କିଶୋର ବର୍ଗର ଚନ୍ଦ୍ରଶେଖର ବରାଳ ଏବଂ ଇତିଶ୍ରୀ ସୁଭଦର୍ଶନୀ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପାତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ରୂପେ ଜଟଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପଟ୍ଟଯୋଶୀ ଯୋଗଦେଇ ଶିଶୁ ମନ୍ଦିରର ପାଠପଢା ସହ ଶାରୀରିକ ପଦର୍ଶନ ଉଚ୍ଚକୋଟୀର ବୋଲି ଅବିହିତ କରିଥିଲେ l କ୍ରୀଡ଼ାବିବରଣୀ ବିଦ୍ୟାଳୟର କ୍ରୀଡା ପ୍ରମ୍ମୁଖ ଦିଲ୍ଲୀପ କୁମାର ଲେଙ୍କା ପାଠ କରିଥିଲେ l ଶେଷରେ ଆଚାର୍ଯ୍ୟ ସୁଧୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସ ବାଜି ମାଧ୍ୟମରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୧/୨୦୨୪----୯,୧୦ Sakhigopal News,14/11/2024

Blog Archive

Popular Posts