Breaking News

ସମିତି ସ୍ତରୀୟ ଖରିଫ ଋତୁରେ ଧାନ ସଂଗ୍ରହ କମିଟିର ବୈଠକ

 
ବରଗଡ଼ --- ବରଗଡ ଜିଲ୍ଲା ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ କାର୍ଯ୍ୟାଳୟ ପରିସରରେ ସମିତି ସ୍ତରୀୟ ଖରିଫ ଋତୁରେ ଧାନ ସଂଗ୍ରହ କମିଟି (solpc) ର ସଭାପତି ଶ୍ରୀ ସୁବ୍ରତ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ସଭାରେ ସମିତି ସ୍ତରୀୟ କମିଟି ର ସମସ୍ତ ରାଜସ୍ବ ନିରୀକ୍ଷକ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଭିଏବ୍ଲ୍ଯୁ ଓ ସମସ୍ତ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ଖରିଫ ଋତୁରେ ପଂଜିକୃତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇ କିପରି ସୁରୁଖୁରୁରେ ଭାବରେ ଧାନ ସଂଗ୍ରହ ପ୍ରକ୍ରିୟା ହେବ ଓ ସମସ୍ତ ଚାଷୀ ମାନେ ଧାନ ର ଉଚିତ ମୂଲ୍ୟ ସୁବିଧାରେ ପାଇପାରିବେ, ସେଥିପ୍ରତି ଯତ୍ନବାନ ଓ ସମ୍ବୋଧନଶିଳ ହେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧୧/୨୦୨୪----୯,୧୫ Sakhigopal News,13/11/2024

Blog Archive

Popular Posts