ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ
ସାକ୍ଷୀଗୋପାଳ :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠାନର ସଭାଗୃହରେ ସମ୍ବିଧାନ ଦିବସ ପାଳନ ସହ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଧରଣୀଧର ପ୍ରଧାନ ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଦିବସ ହେଉଛି ଆମର ମହାପୁରୁଷମାନଙ୍କର ବୀରତ୍ୱ, ତ୍ୟାଗ ତଥା ବଳିଦାନକୁ ମନେପକାଇବାର ଦିବସ ବୋଲି କହିଥିଲେ।ସେହିପରି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବରେ ଡ଼ଃ ରତିକାନ୍ତ ପରିଡ଼ା ଯୋଗଦେଇ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତୀୟ ସମ୍ଭିଧାନ ରଚନାର ଇତିହାସ ଓ ପୃଷ୍ଠଭୂମି ସମ୍ବନ୍ଧରେ ଅବଗତ କରିବା ସହ ଭାରତୀୟ ସମ୍ବିଧାନ ଆମ ମହାନ ଗୌରବମୟ ସଂସ୍କୃତି, ତା'ର ଅନନ୍ୟ ବିବିଧତା ଓ ବୈଚିତ୍ର ପ୍ରତିଫଳନ ବୋଲି ମତ ଦେଇଥିଲେ l ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ରତ୍ନାକର ସାହୁ " ପ୍ରତ୍ୟେକ ଭାରତୀୟମାନଙ୍କର ସାମ୍ବିଧାନିକ ସ୍ଵାକ୍ଷରତା ସହ ସାମ୍ବିଧାନିକ ଅବବୋଧ ରହିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। " ଭାରତୀୟ ସମ୍ବିଧାନରେ ସଂସ୍କାର ଆଣିଲେ ହିଁ ଦେଶର ମୂଳ ବିକାଶ ହୋଇପାରିବ" ବୋଲି ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ବୈକୁଣ୍ଠ ମେହେର ମଞ୍ଚରେ ଯୁକ୍ତି ବାଢ଼ିଥିଲେ।ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର ଏବଂ ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଧନୁର୍ଦ୍ଧର ମୁଦୁଲି ସଭାରେ ସମ୍ବିଧାନ ସମ୍ବନ୍ଧରେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ।ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ ଅମରନାଥ ପାଲଙ୍କ ତତ୍ୱାବଧାନରେ ସଭା ଗୃହରେ ସମ୍ବିଧାନର ମୁଖବନ୍ଧ ବା ପ୍ରସ୍ତାବନାକୁ ସମୂହ ପାଠ କରାଯାଇଥିଲା । ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସାହୁ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ପୂର୍ବତନ ବଡ଼ବାବୁ ଶ୍ରୀ ରାଜକିଶୋର ପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୧/୨୦୨୪----୮,୪୫ Sakhigopal News,2611/2024