ଓଡିଆ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଅଳିଅ ଗଦା ; ଦୁଗନ୍ଦମୟ ରେ ନାକ ଫାଟିପଡୁଛି , ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା
ସାକ୍ଷୀଗୋପାଳ,--- ସାକ୍ଷୀଗୋପାଳ- ଅଳଗୁମ ରାସ୍ତା ତଥା ମନ୍ଦିର ପଛପାଶ୍ୱର୍ରେ ଥିବା ପଞ୍ଚସଖା ସମାଧିପୀଠ ରସ୍ତା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱରେ କୁଡ କୁଡ ଅଳିଆ ଗଦା ହୋଇ ଦୁଗନ୍ଦମୟ ହୋଇପଡିଛି । ଏପରିକି ସାକ୍ଷୀଗୋପାଳ ହାଇସ୍କୁଲ ନିକଟରେ ଗଡି ଉଠିଥିବା ଓଡିଆ ବିଶ୍ୱିବିଦ୍ୟାଳୟର ମୁଖ୍ୟ ଗେଟ ନିକଟରେ କୁଡ କୁଡ ଅଳିଆ ଗଦା ହୋଇ ପଡିରହିଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳରେ ପବିତ୍ରଅଁଳାନବମୀ ଯାତ୍ରା ଓ ବଡ ଏକାଦଶୀ ଯାତ୍ରା ସରିବା ୫ ଦିନ ହୋଇଯାଇଥିଲେ ମଧ୍ୟ ଏହି ଅଳିଆ ଅବଜ୍ଜନା କିପରି କଡାଯିବ ସେ ଦିଗପ୍ରତି ରାଜନେତାଙ୍କ ଠାରୁ ଜିଲ୍ଲାପ୍ରଶାସନ ପୁରାପୁରି ନୀରବ ଦ୍ରଷ୍ଟା ସାଜିଛନ୍ତି । ଏଠାରେ ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ଦେକାନ ସହିତ ଫାଷ୍ଟଫୁଡ ଦେକାନ ମାନ ଖୋଲିଥିଲା । ସେମାନେ ବେପାର କରିକି ଯିବା ପରେ ଏବେ ପଡିରହିଛି କୁଡ କୁଡ ଅଳିଆ ଅବଜ୍ଜନା । ଏପରିକି କିଛି ବଳକା ଖାଦ୍ୟ ଦେକାନୀ ମାନେ ସେଠାରେ ପକାଇ ଦେଇ ପଳାଇଛନ୍ତି । ଯାହାକି ଏବେ ଗନ୍ଦ ହେଉଛି । ଏ ସମ୍ପର୍କରେ ପ୍ରସ୍ତୁତି ବୈଠକରେ ଆଲେଚନା କରାଯାଇଥିଲେ ମଧ୍ୟ କିଛି ଫଳ ମିଳିନଥିଲା । ବିଶେଷ କରି ପଞ୍ଚସଖା ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥବା ପଲ୍ଲଶ୍ରୀ ମେଳା । ସେଠାରେ ଖୋଲିଥିବା ଷ୍ଟଲ ଗୁଡିକର ଅବଜ୍ଜନା ବସ୍ତୁ ଗୁଡିକ ଏବେ ଖେଳ ପଡିଆରେ ପଡି ରହିଛି । ବିଶେଷ କରି ବକୁଳବନ ରାସ୍ତାରେ ଏବେ ଜରି ସାଙ୍ଗକୁ ମକା ଚୋପା ଓ ବାସି ଖାଦ୍ୟ ପଡି ରହିବା ଯୋଗୁ ଦୁଗନ୍ଦମୟ ହୋଇପଡିଛି । ଏ ସମ୍ପର୍କରେ ସମସ୍ତେ ଅବଗତ ଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ସେହିପରି ଓଡିୃା ବିଶ୍ୱବିଦ୍ୟାଳୟ ଆଗରେ କୁଡ କୁଡ ଅଳିଆ ଅବଜ୍ଜନା ଗଦା ହୋଇଛି । ନା ଜିଲ୍ଲା ପ୍ରଶାସନ ଅଳିଆ କାଡୁଛି ନା ଓଡିଆ ବିଶ୍ୱବିଦ୍ୟାଳୟ କତୃପକ୍ଷ ଅଳିଆ କାଡୁଛନ୍ତି କେହି ଗଦା ହୋଇଥିବା ଅଳିଆ କାଡୁଛନ୍ତି । ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଦେଖାଯାଉ ଅଳିଆ କେବେ ଉଠୁଛି ଦେଖିବା ପାଇଁ ଅପେକ୍ଷା କରିଛନ୍ତି ସତ୍ୟବାଦୀ ଜନସାଧାରଣ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୧/୨୦୨୪---୮,୨୦ Sakhigopal News, 16/11/2024