ସମାଜ ସେବୀ ସ୍ବର୍ଗତ ହରେକୃଷ୍ଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭଞ୍ଜନଗର -- କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ସ୍ବର୍ଗତ ହରିକୃଷ୍ଣ ସାହୁ ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ କର୍ତ୍ତବ୍ୟବାନ ଡାକ କର୍ମଚାରୀ ସହ ଜଣେ କମ୍ୟୁନିଷ୍ଟ ମାର୍କ୍ସ ବାଦୀ ପାର୍ଟିର ଆଜୀଵନ ସଦସ୍ୟ ଥିଲେ। ନିଜର କର୍ମମୟ ଜୀବନ ମଧ୍ୟରେ ବହୁ ସଂଗଠନ ସହ ଜଡିତ ହୋଇ ଅନେକ ଗୁଡିଏ ପଦରେ ରହି କାର୍ଯ୍ୟ ତୁଳାଇ ଥିଲେ।ଜଣେ ଶ୍ରମିକ ନେତା ଭାବେ ଓଡ଼ିଶାରେ କୋଣ ଅନୁକୋଣରେ ପରିଚିତ ଥିଲେ।ଭଞ୍ଜନଗର ବାଉଁଶ ଲୁଣ୍ଡି ଗ୍ରାମ ର ଅଗ୍ରଣୀ ରାଧା କୃଷ୍ଣ ପାଠାଗାର ର ସଭାପତି ଭାବେ କାର୍ଯ୍ୟ ତୁଲାଇ ଥିଲେ, ସେହିପରି ବରିଷ୍ଠ ନାଗରିକ ମଞ୍ଚ ସହ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।ଚାକିରୀ ରୁ ଅବସର ନେବା ପରେ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନ ର ଅଗ୍ର ଭାଗରେ ଥିଲେ। ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ଜଣେ ସକ୍ରିୟ ସଭ୍ୟ ରହିବା ସହ ଘୁମୁସର ଜିଲ୍ଲା ଆନ୍ଦୋଳନ ହେଉ ବା
ଜଣେ ସାଧାରଣ ଜନତା ର ଅଧିକାର ପାଇଁ ପ୍ରଶାସନ ସହ ଲଢେଇ କରୁଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟ ର ଅନ୍ୟତମ ନ୍ୟାସୀ ଥିଲେ. ଜନସେବା ତାଙ୍କ ଜୀବନର ବ୍ରତ ଥିଲା। ଆଜିର ଏହି ଦୁଃଖଦ ଖବର ଶୁଣି ଭଞ୍ଜନଗର ତଥା ନିଜ ଗ୍ରାମ ବାଉଁଶ ଲୁଣ୍ଡି ଗ୍ରାମବାସୀ ମର୍ମାହତ।ତାଙ୍କ ବିୟୋଗ ରେ ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ,ବାଉଁଶ ଲୁଣ୍ଡି ରାଧା କୃଷ୍ଣ ପାଠାଗାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ବାଉଁଶ ଲୁଣ୍ଡି ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭା ରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ ସଭାପତିତ୍ବ କରିଥିଲେ।ଏତତ୍ ବ୍ୟତୀତ ଏହି ଶୋକ ସଭାରେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେବା ସହ ଶୋକ ସନ୍ତାପ ପରିବାରକୁ ସମବେଦନା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଧା କୃଷ୍ଣ ପାଠାଗାର ବହୁ ସଦସ୍ୟ, ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ, ଶ୍ରମିକ ସଂଗଠନ ସଦସ୍ୟ, ଡାକ ବିଭାଗ କର୍ମଚାରୀ ତଥା ବହୁ ଗୁଣି ବିଜ୍ଞ ବ୍ୟକ୍ତି ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୪----୮,୫୫ Sakhigopal News,6/11/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୪----୮,୫୫ Sakhigopal News,6/11/2024