Breaking News

ଶୋଭା ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ "ଶୋଭା ପୃଷ୍ଟିକର ବଗିଚା"


କୋଣାର୍କ,---- କୋଣାର୍କ ଓ କାକଟପୁର ବ୍ଲକର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ  ବିଦ୍ୟାଳୟରେ ଶୋଭା ପୃଷ୍ଟିକର ବଗିଚା ବା ଶୋଭା ନ୍ୟୁଟ୍ରି ଗାର୍ଡେନ ନୂତନ କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ କୋଣାର୍କ ନିକଟସ୍ଥ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ କୁଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପୃଷ୍ଟିକର  ତଥା ପୋଷଣ ମଧ୍ୟାହ୍ନ ଭୋଜନର ଲକ୍ଷନେଇ ଫଳ ବୃକ୍ଷ ଓ ଶୀତ ଦିନିଆ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି। ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତିବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହଯୋଗରେ ନଡ଼ିଆ, ଆମ୍ବ, ପଣସ, ପେସ୍ତା ବାଦାମ, ଅମୃତଭଣ୍ଡା ଓ ଲେମ୍ବୁ ଚାରା ରୋପଣ କରାଯିବା ସହିତ ସବୁଜ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି। ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନରେ ଫଳ ଓ ପନିପରିବା ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ମାତ୍ରାଧିକ ବଜାର ଦର ସାଙ୍ଗକୁ ସର୍ବଶିକ୍ଷା ଅଭିଯାନରେ ମିଳୁଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ରୋଷେଇ କରିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ସେଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ସାମାଜିକ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି ଓ ସାଧାରଣ ଲୋକଙ୍କ ସହଭାଗିତା ନିହାତି ଆବଶ୍ୟକ ରହିଛି ବୋଲି  ଶୋଭା ଫାଉଣ୍ଡେସନ ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ଵାଳ କହିଛନ୍ତି। ଏଥି ସହିତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ଗୋଟେ ଗୋଟେ ସ୍କୁଲକୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶୋଭା ଫାଉଣ୍ଡେସନ ସଭ୍ୟ ସାମାଜିକକର୍ମୀ ବିଦ୍ୟାଧର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦର୍ଶନ ପଣ୍ଡା, ସହକାରୀ ଶିକ୍ଷୟତ୍ରୀ କଲ୍ୟାଣୀ ବେହେରା ଓ ରାଜଶ୍ରୀ ମହାରଣାଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ। କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୪/୧୧/୨୦୨୪---୮,୪୫ Sakhigopal News,4/11/2024

Blog Archive

Popular Posts