Breaking News

ସର୍ଗୀବାହାଲ କାଳୀ ପୂଜା ଅବସରରେ ରକ୍ତଦାନ ଶିବିର





 ବରଗଡ଼ --- ବରଗଡ଼ ଜିଲ୍ଲା ପଦମ ପୁର ଅନ୍ତର୍ଗତ ସର୍ଗିବହାଲ ଗ୍ରାମ ରେ ୨୭ତମ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାଳୀପୂଜା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥଲା। ଏହି ଶିବିର ରେ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରଧାନ ଆଚାର୍ଯ୍ୟ, ସରସ୍ଵତୀ ଶିଶୁ ମନ୍ଦିର, ସର୍ଗିବାହାଲ,ସୁରେନ୍ଦ୍ର ମେହେର, ବିଜ୍ଞାନ ଶିକ୍ଷକ,ଗନିଆପାଲି ହାଇ ସ୍କୁଲ,ପ୍ରହଲ୍ଲାଦ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ,ଚିତ୍ରସେନ ବେହେରା, ସଭାପତି କାଳୀପୂଜା କମିଟିର ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ୨ଜଣ ମହିଳା ଓ ୨୯ଜଣ ପୁରୁଷ ଙ୍କୁ ମିଶାଇ ସର୍ବମୋଟ ୩୧ୟୁନିଟ ରକ୍ତ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିଶେଷରେ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ କାଳୀ ପୂଜା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ଜଳନ୍ଧର ଦରବାର ରେ ମହାରାଜ ଜଳନ୍ଧରଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ସମସ୍ତ ସଦସ୍ୟ ମାନେ ଓ କାଳୀପୂଜା କମିଟିର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ମାନଙ୍କୁ ଙ୍କୁ ନିଷ୍ଠା ପରିବାର ତରଫ ରୁ  ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୧/୨୦୨୪----୮,୨୦ Sakhigopal News,4/11/2024

Blog Archive

Popular Posts