ମହାବୀର ସଂକୀର୍ତ୍ତନ ମଣ୍ଡଳୀର ୨୫ ବର୍ଷ ପୂର୍ତ୍ତି ପାଳିତ
ଜଟଣୀ :---
ଜଟଣୀ ବ୍ଲକ ମୁଣ୍ଡଳ ମହାବୀର ସଂକୀର୍ତ୍ତନ ମଣ୍ଡଳୀର ୨୫ ବର୍ଷ ପୂରଣ ହୋଇଛି |ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ନୟାଗଡ ଜିଲ୍ଲା ଓଡ଼ଗାଁର ପ୍ରସିଦ୍ଧ ରଘୁନାଥ ଜୀଉ ମନ୍ଦିରରେ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଛି | ମୁଣ୍ଡଳ ଗ୍ରାମର ସଂକୀର୍ତ୍ତନ ଗୁରୁ ତଥା ବରିଷ୍ଠ ମୃଦଙ୍ଗ ବାଦକ ଗନ୍ଧର୍ବ କୋଦମାସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |୧୯୯୮ ମସିହାରୁ ମୁଣ୍ଡଳ ଗ୍ରାମରେ ଛୋଟ ଛୋଟ ପିଲା ମାନଙ୍କୁ ଶ୍ରୀ କୋଦମାସିଂହ ମୃଦଙ୍ଗ ବଜାଇବା ଶିକ୍ଷା ଦେବା ସହ ୧୯୯୯ ମସିହାରେ ଏହି ସଂକୀର୍ତ୍ତନ ମଣ୍ଡଳୀ ବିଧିବଦ୍ଧ ଭାବରେ ଆରମ୍ଭ କରିଥଲେ |ଏହି ମଣ୍ଡଳୀରେ ୧୦ ରୁ ଅଧିକ ମୃଦଙ୍ଗ ବାଦକ ଶିକ୍ଷା ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ୬ ଜଣ ସକ୍ରିୟ ଅଛନ୍ତି |ମୁଣ୍ଡଳ ଗ୍ରାମର ପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ଗୁରୁ ସ୍ବର୍ଗତଃ ଶ୍ରୀ ପାଣ୍ଡଵ ଜେନାଙ୍କ ପ୍ରଶିକ୍ଷଣରେ ଜଣେ ଗାୟକଙ୍କୁ ତାଲିମ ଦିଆଯାଇଥିଲା |ତେବେ ୨୫ ବର୍ଷ ଧରି ଜଟଣୀ, ଭୁବନେଶ୍ୱର, ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାରେ ଏହି ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନ ପରିବେଷଣ କରାଯାଉଛି |୧୯୯୯ ମସିହାରୁ ରଘୁନାଥ ଜୀଉଙ୍କ ଅଜ୍ଞାମାଳ ନେଇ ଏହି ସଂକୀର୍ତ୍ତନ ମଣ୍ଡଳୀ ଆରମ୍ଭ ହୋଇଥିଲା |ତେବେ ୨୫ ବର୍ଷ ପୂରଣ ହେବା ପରେ ମାନସିକ ପୂରଣ ପାଇଁ ଆଜି ରଘୁନାଥ ମନ୍ଦିରରେ ସଂକୀର୍ତ୍ତନ ପରିବେଷଣ କରାଯାଇଛି |ଆଜିର କାର୍ଯ୍ୟକ୍ରମରେ ଗାୟକ ଗୌତମ ଭୁଜବଳ, ବାୟକ ଗଗନ ବିହାରୀ ନାୟକ, ବାୟକ ତ୍ରିନାଥ କୋଦମାସିଂହ, ବାୟକ ବିପିନ ନାୟକ, ହୃଦାନନ୍ଦ କୋଦମାସିଂହ, ପ୍ରମୋଦ ଜେନା, ସୁବାଷ ସାମନ୍ତରାୟ, ବିଚିତ୍ର ନାୟକ, ପ୍ରଭାକର ସୁନ୍ଦରାୟ, ବାନାମ୍ବର ପ୍ରଧାନ, ଯୁଧିଷ୍ଠିର ସାହୁ ଉପସ୍ଥିତ ଥିଲେ |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୪-----୬,୧୫ Sakhigopal News,4/11/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୪-----୬,୧୫ Sakhigopal News,4/11/2024