ମାଜିଷ୍ଟ୍ରେଟଙ୍କ ଘରୁ ଚୋରି ଘଟଣାରେ, ଦୁଇ ଗିରଫ
ଭଞ୍ଜନଗର,: --- ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ସରକାରୀ ବାସଭବନରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଂଜନଗର ଥାନା ପୋଲିସ । ଏନେଇ ଥାନାଧିକାରୀ କୁମାର ମୁଦୁଲି ସୁଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତ ହେଲେ ଭଂଜନଗର ମନଇଛାସାହି ର ଚଗଲା ମଲ୍ଲିକ ଓ ତେଫାନ ମହାରଣା । ସେମାନଙ୍କ ଠାରୁ ଚୋରି ହେଇଥିବା ସୁନା ଜବତ କରିଛି ପୁଲିସ । ଗତ ୨୧ ତାରିଖରେ ହୋଇଥିଲା ଚୋରି । ମାଜିଷ୍ଟ୍ରେଟଙ୍କ ଘରେ କେହି ନଥିବାବେଳ ଏହାର ସୁଯୋଗ ନେଇ ରାତିରେ ଚୋରି କରିଥିଲେ ସଂପୃକ୍ତ ଅଭିଯୁକ୍ତ ମାନେ । ଏନେଇ ଭଂଜନଗର ଥାନାରେ ଲିଖିତ ଅଭିଯୋଗ ପରେ ଥାନା କେଶ ନଂ ୯୬୯/୨୪ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ । ଘଟଣା ଦିନ ସନ୍ଧାନକାରୀ କୁକୁର ସାହାଯ୍ୟରେ ତଦନ୍ତ ମଧ୍ୟ ହୋଇଥିଲା । ଘଟଣାକୁ ଭଂଜନଗର ପୋଲିସ ଗୁରୁତର ସହ ନେଇଥିଲା । ପୋଲିସ ର କହିବା ଅନୁସାରେ, ଏଡିଜେ ଶ୍ରୀ ପଟ୍ଟନାୟକ ସପରିବାରେ ଛୁଟିରେ ଅନ୍ୟତ୍ର ଯାଇଥିଲେ । ପରବର୍ତ୍ତୀ ସମୟରେ ନିଜ ସରକାରୀ ଘରକୁ ଫେରିବା ପରେ, ଦେଖିବାକୁ ପାଇଥିଲେ ଘରର ଆସବାବପତ୍ର ଏଣେ ତେଣେ ପଡିଛି । ଆଲମାରୀ ଭଙ୍ଗାଯାଇ ସେଥିରେ ଥିବା ୨ଟି ସୁନା ଚୁଡି, ଏକ ହଳ କାନ ଫୁଲ ଓ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏସଂପର୍କରେ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ କୁମର ମୁଦୁଲି, ଏସଡିପିଓ ସୁଜିତ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି, ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୧/୨୦୨୪----୬,୧୦ Sakhigopal News,4/11/2024