Breaking News

ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ଲୁଟ କଲେ ଦୁର୍ବୁତ୍ତ



ଜଟଣୀ :----
ଜଟଣୀ ବ୍ଲକ ଜାମୁକୋଳି ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ଲୁଟ ହୋଇଥିବା ନେଇ ଏୟାରଫିଲଡ ଥାନାରେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି |ଅଭିଯୋଗ ଅନୁସାରେ ଶନିବାର ପହଡ଼ ପଡିବା ପରେ ବିଳମ୍ବିତ ରାତିରେ ମନ୍ଦିରରେ ଚୋରି ହୋଇଛି |ମୁଖାଶାଳା ଗେଟର ତାଲାକୁ କଟର ସାହାଯ୍ୟରେ କଟାଯାଇଛି ଏବଂ ମନ୍ଦିର ଭିତର ତାଲା ହାତୁଡ଼ିରେ  ଭଙ୍ଗା ଯାଇଛି |
ରବିବାର ସକାଳୁ ପୂଜକ ମନ୍ଦିର ଆସିବା ପରେ ଏସବୁ ଦେଖି ମନ୍ଦିର କମିଟିକୁ ଜଣାଇଥିଲେ |ମନ୍ଦିର ଭିତରୁ ରୁପା ମୁକୁଟ, ରୁପା ବଂଶୀ, ରୁପା ଥାଳି, ଚେନ, ପାଉଜି, ଗିନି, ଘଣ୍ଟା, ପିତଳ ବାସନ ସବୁ ଚୋରି ହୋଇଛି |ପରେ କମିଟି ପକ୍ଷରୁ ଏୟାରଫିଲଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି |ତେବେ ଗତ କିଛି ମାସ ହେଲାଣି ଏୟାରଫିଲଡ ଥାନା ଅଞ୍ଚଳରେ ଏହିଭଳି ତାଲା ଭାଙ୍ଗି ଲୁଟ କରିବା ଘଟଣା ବଢ଼ିବାରେ ଲାଗିଛି | ଆଗାମୀ ଦିନରେ ପୋଲିସ ପକ୍ଷରୁ କଡାକଡି ଭାବରେ ପେଟ୍ରୋଲିଂ କରିବାକୁ ଜାମୁକୋଳି ଗ୍ରାମବାସୀ ଦାବି କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୪----୬,୨୦ Sakhigopal News,4/11/2024

Blog Archive

Popular Posts