ଅଁଳାନବମୀ ଯାତ୍ରା ପାଇଁ ସମୀକ୍ଷା କଲେ ପୁରୀ ଏସପି ; ଯାତ୍ରାରେ ଯେପରି କୌଣସି ଅଘଟଣ ନ ଘଟେ ସେଥି ପ୍ରତି ସଜାଗ ରହିବ ପୋଲିସ ବାହିନୀ
ସାକ୍ଷୀଗୋପାଳ----ସାକ୍ଷୀଗେ।।ପଳର ସବୁଠାରୁ ବଡ ପର୍ବ ହେଉଛି ଅଁଳାନବମୀ । ଚଳିତ ୧୦ ତାରିଖରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଏପରିକି ଜିଲ୍ଲାରେ ଦୁତୀୟ ଗଣପର୍ବ ବୋଲି ଜଣାଶୁଣା । ଏହି ଦିନ ଲକ୍ଷାଧିକ ଭକ୍ତଙ୍କର ଗହଳି ଲାଗିଥାଏ । ଏ ବର୍ଷ ରବିବାର ପଡୁଥିବାରୁ ଅନ୍ୟ ବର୍ଷ ଅପେକ୍ଷା ଏ ବର୍ଷ ପ୍ରାୟ ୫ରୁ ୭ ଲକ୍ଷ ଭକ୍ତ ମାନଙ୍କର ଗହଳି ହେବାକୁ ଜିଲ୍ଲା ପ୍ରଶାସନ ପ୍ରାଥମିକ ଆକଳନ କରିଛି । ଯଦି ପାଗ ଭଲ ରହେ ତା ହେଲେ ଲୋକସଂଖ୍ୟା ବଡିପାରେ ବୋଲି ପ୍ରଶାସନ ଅନୁମାନ କରିଛି । ବର୍ଷକୁ ଥରେ ମା ରାଧାରାଣୀଙ୍କ ପାଦ ଦର୍ଶର ସୁଯୋଗ ମିଳିଥାଏ । ଏହାକୁ ଲକ୍ଷ୍ୟ କରି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବୀନିତି ଅଗ୍ରୱାଲ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପହଞ୍ଚି ସମୀକ୍ଷା କରିଛନ୍ତି । ବିଶେଷ କରି ଯାତ୍ରା ସମୟରେ ଯେପରି କୌଣସି ବିଶୃଙ୍ଖଳା ନ ଘଟେ ସେଥିପ୍ରତି ପୋଲିସ ବାହୀନି ସଜାଗ ରହିବେ । ଦୋଳବେଦୀ ଠାରୁ କରାଯାଇଥିବା ବ୍ୟାରିକେଡ ଦେଖିବା ସହ ଯାତ୍ରା ମାନେ କିପରି ଧାଡିରେ ଯାଇ ସଠିକ ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ । ମନ୍ଦିର ଚତୁପାଶ୍ୱର୍ରେ ବା ମନ୍ଦିରର ଅନ୍ୟ ତିନୋଟି ଦ୍ୱାର ନିକଟରେ ଯେପରି ଗହଳି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ସେହିପରି ଯାତ୍ରା ଦିନ ମନ୍ଦିର ନିକଟକୁ କୌଣସି ଯାନ ବାହନକୁ ଛଡା ଯିବ ନାହିଁ । ୯ ତାରିଖ ଦିନ ସଂଧ୍ୟ ସୁଦ୍ଦା ମନ୍ଦିର ନିକଟରେ ଅସ୍ଥାୟୀ କ୍ୟମ୍ପ କରାଯାଇ ସେଠାରେ ତିନିଜଣ ଅତିରିକ୍ତ ଏସପି ଦାୟତ୍ୱରେ ରହିବେ । ୮ ଜଣ ଏସଡିପିଓ ରହିବା ସହିତ ୨୦ପ୍ଳାଟୁନ ଫୋର୍ସ ମୃତ୍ୟୁୟନ କରାଯିବ ବୋଲି ଏସପି ଶ୍ରୀ ଅଗ୍ରୱାଲଙ୍କ ଠାରୁ ସୁଚନା ମିଳିଛି । ଏସପି ଶ୍ରୀ ଅଗ୍ରୱାଲ ସମୀକ୍ଷା ସମୟରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ସମ୍ପାଦକ ପ୍ରତାପ ମହାପାତ୍ର ଓ ଉପସଭାପତି ସଂଜୟ କୁମାର ନନ୍ଦ ଓ ଅନ୍ୟ ସେବାୟତ ମାନଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଷ୍ଠୁ ପ୍ରସାଦ ପତି, ଏସଡିପିଓ ବିରଞ୍ଜି ନାରାୟଣ ପତି, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ ଓ ସତ୍ୟବାଦୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ପ୍ରଶାସନ ପକ୍ଷରୁ ଚନ୍ଦନପୋଖରୀ ଠାରୁ ବକୁଳବନ ତଥା ଓଡିଆ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକ ମାଳରେ ସଜା ଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧୧/୨୦୨୪--୯.୨୫ Sakhigopal News, 6/11/2024