ଞ୍ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତରଞ୍ଚ
କୋଣାର୍କ ---- ମଙ୍ଗଳାଙ୍କ ବିଳମ୍ବିତ ରାତି ପ୍ରାୟେ ଏକଟା ସମୟରେ କୋଣାର୍କ-ପିପିଲି ରାସ୍ତାର ଜୁଣେଇ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ନିଆଳି କଣ୍ଟାପଡ଼ା ଅଞ୍ଚଳର ତିନିଜଣ ଯୁବକ ବିଶ୍ୱଜିତ୍ ସାହୁ(୩୦), ପ୍ରଦୀପ୍ ବେହେରା(୨୭) ଓ ତପନ ସାହୁ ଏକ ମାରୁତି ସୁଇଫିଟ୍ କାର ଓଡି ୦୨ ବିଟି ୫୩୬୧ ଯୋଗେ କୋଣାର୍କ ଅଭିମୁଖେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଜୁଣେଇ ବଜାର ନିକଟ ରାସ୍ତା ପାର୍ଶ୍ବରେ ଥିବା ଆମ୍ବ ଗଛରେ ପିଟି ହୋଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ କରି କାରଟି ରାସ୍ତା ପାର୍ଶ୍ବରେ ଥିବା ଏକ ଦୋକାନ ଘର କାନ୍ଥରେ ପାଟି ହୋଇ ଅଟକି ଯାଇଥିଲା । ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କାର ଡୋରକୁ କାଟି କାର ମଧ୍ୟରେ ଥିବା ତିନିଜଣଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ଘଟଣା ସ୍ଥଳରେ ବିଶ୍ବଜିତ ଓ ପ୍ରଦୀପ୍ ଙ୍କର ମୃତ୍ୟୁ ହୋଇଯାଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ କର୍ମଚାରୀମେନେ ତିନିଜଣଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ବିଶ୍ବଜିତ ଓ ପ୍ରଦୀପ୍ ଙ୍କର ମୃତ୍ୟୁ ହୋଇଯାଥିବା ଡାକ୍ତର ଘୋଷଣା କରିଥିବା ବେଳେ ତପନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର ପ୍ରାଥମିକ ଚିକିତ୍ସା କରାଇ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ପୋଲିସ କାରଟିକୁ ଜବତ କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି ।