Breaking News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା ବିଭାଗର “ଶିଶୁ ମେଳା” ଅନୁଷ୍ଠିତ


ବରଗଡ଼ --- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେମଣ୍ଡାଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶିବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ବିଭାଗର “ଶିଶୁ ମେଳା” ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଷ୍ଟେଟ ବ୍ଯାଙ୍କ କର୍ମଚାରୀ ଶ୍ରୀ ଗଙ୍ଗାଧର ମେହେର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଟିକୁ ଆଗେଇ ନେଇଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସମ୍ପାଦକ ଶ୍ରୀ କିଶୋର କୁମାର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକାର କୁନିକୁନି ଭାଇ ଭଉଣୀ ତଥା ସେମାନଙ୍କର ଅଭିଭାବିକା ନିଜ ନିଜର ଦୋକାନ ସଜାଇବା ସହ ପ୍ରାଥମିକ ବିଭାଗର ଭାଇଭଉଣୀ ମାନେ କିଣାବିକା କରି କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ଶ୍ରୀ ଭିକାରି ଚରଣ ଖମାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ  ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସଂପାଦିତ ହୋଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧୧/୨୦୨୪---୯,୧୦ Sakhigopal News,5/11/2024

Blog Archive

Popular Posts