Breaking News

ମା' କୁ ମାଡମାରି, ପୁଅ ଗିରଫ



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ଭାସ୍କର ସ୍ବାଇଁଙ୍କ ସ୍ତ୍ରୀ କାଳିଆ ସ୍ବାଇଁଙ୍କୁ ତାଙ୍କ ପୁଅ ବସନ୍ତସ୍ବାଇଁ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ । ଏ ନେଇ ମା କାଳିଆ, ପୁଅ ବସନ୍ତଙ୍କ ନାମରେ ତାରସିଂଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତାରସିଂ ପୁଲିସ ପୁଅ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିଜୟ କୁମାର ସ୍ବାଇଁ ଙ୍କ ଠାରୁ ସୂଚନା ମିଳିଛି । ଖବର ନେବାରେ ମା କାଳିଆ ଓ ପୁଅ ବସନ୍ତଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡହେବା ପରେ ପୁଅ ବସନ୍ତ ଉତକ୍ଷିପ୍ତ ହେଇ ମାର ମୁଣ୍ଡକୁ ଆକ୍ରମଣ କରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୪------୯,୨୫ Sakhigopal News,5/11/2024

Blog Archive

Popular Posts